ଗୁଜରାଟରେ ୧୦୮ ଫୁଟ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ମୋଦି

ଦିଲ୍ଲୀ: ଏପ୍ରିଲ ୧୬: ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫୋରନ୍‌ସି ମାଧ୍ୟମରେ ଗୁଜରାଟରେ ୧୦୮ ଫୁଟ୍‌ ଉଚ୍ଚର ହନୁମାନ ପ୍ରତିମା ଉଦ୍‌ଘାଟନ କରିଛନ୍ତି । ଏହି ହନୁମାନ ପ୍ରତିମା ଗୁଜରାଟର ମୋର୍ବିଠାରେ ରହିଛି ।

ଗୁଜରାଟରେ ୧୦୮ ଫୁଟ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ମୋଦି

ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧରଣଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, କିଛି ବର୍ଷ ହେବ ଆମେ ସିମଲାରେ ଏହି ଧରଣର ଆଉ ବୃହତ୍‌ ହନୁମାନ ପ୍ରତିମା ଦେଖି ଆସୁଛନ୍ତି । ଆଜି ମୋର୍ବିରେ ସେ ଧରଣର ଦ୍ୱିତୀୟ ପ୍ରତିମା ସ୍ଥାପନ ହେଲା । ରାମେଶ୍ୱରମ୍‌ ଏବଂ ପଶ୍ଚିମବଙ୍ଗରେ ମଧ୍ୟରେ ଆଉ ଦୁଇଟି ପ୍ରତିମା ସ୍ଥାପନ କରାଯିବ ବୋଲି ମୁଁ ଶୁଣିଛି । ଏହା କେବଳ ହୁନୁମାନଜୀଙ୍କ ପ୍ରତିମା ସ୍ଥାପନ ନିମନ୍ତେ ପ୍ରତିବଦ୍ଧତା ନୁହେଁ, ଏହା ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତିବଦ୍ଧତାର ଅଂଶବିଶେଷ ମଧ୍ୟ ।

ହନୁମାନ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋଦି ଟୁଇଟ୍‌ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି- ‘ଶକ୍ତି, ସାହସ ଏବଂ ସଂଯମତାର ପ୍ରତୀକ ପ୍ରଭୁ ହନୁମାନଙ୍କ ଜନ୍ମ ବାର୍ଷିକୀରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ପବନପୁତ୍ରଙ୍କ ଅନୁଗ୍ରହରେ, ସମସ୍ତଙ୍କ ଜୀବନ ସର୍ବଦା ଶକ୍ତି, ବୁଦ୍ଧି ଏବଂ ବିଦ୍ୟାରେ ପରିପୂର୍ଣ୍ଣ ହେଉ ।’

Govt

Comments are closed.