ନୂଆଦିଲ୍ଳୀ: ଅପ୍ରେଲ୧୬: ଦ କଶ୍ମୀର ଫାଇଲ୍ସର ଦମଦାର ସଫଳତା ପରେ ଏବେ ଆସିବ ଆଉ ଏକ ହିଟ୍ । କାଶ୍ମୀର ଫାଇଲ୍ସର ରିଲିଜ୍ ସିନେମାଘରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଫିଲ୍ମରେ ଅନେକ ଇମୋସନାଲ ଏବଂ ଦମଦାର ବାସ୍ତବିକ କାହାଣୀ ଦର୍ଶକଙ୍କ ମନକୁ ମୋହିଥିଲା। ତେବେ କାଶ୍ମୀର ଫାଇଲସ୍ ବକ୍ସ ଅଫିସ୍ରେ ଧମାଲ୍ କରିବା ପରେ ଏବେ ବିବେକ ଅଗ୍ନିହୋତ୍ରୀ କରିଛନ୍ତି ବଡ଼ ଘୋଷଣା। କଶ୍ମୀର ଫାଇଲସ୍ ପରେ ଦିଲ୍ଲୀ ଫାଇଲ୍ସ୍ ନିର୍ମାଣ କରିବେ ବିବେକ୍ । ବର୍ତ୍ତମାନ ବିବେକ ଏବେ କେବଳ ଫିଲ୍ମର ଟାଇଟେଲ୍ ଘୋଷଣା କରିଛନ୍ତି। ଏହି ଫିଲ୍ମର ବିଷୟବସ୍ତୁ କଣ ରହିବ ତାହା ଏବେବି ସସ୍ପେନ୍ସ୍ ରହିଛି। ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହାନ୍ତି ।ଅଗ୍ନିହୋତ୍ରୀ ତାଙ୍କର ପରବର୍ତ୍ତୀ ଫିଲ୍ମ ନେଇ ଘୋଷଣା କରିଛନ୍ତି। ଏନେଇ ସେ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

Comments are closed.