ମାଁ ମଝିଘରିଆଣୀଙ୍କ ଚଇତି ପର୍ବ

ମା’ର ସାନିଧ୍ୟ ଟିକିଏ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରାୟଗଡ଼ା : ଚୌତ୍ରମାସରେ ମା’ମଝିଘରିଆଣୀଙ୍କ ଚଇତି ପର୍ବ । ରାୟଗଡା ଉପକଣw ଦେଇ ବୋହିଯାଉଥିବା ଝଞ୍ଜାବତୀ ନଦୀକୂଳ ଏବେ ଉତ୍ସବ ମୁଖର । ଦେବୀ ପୀଠରୁ ମହମହ ହୋଇ ବାସୁଛି ଝୁଣାର ଗନ୍ଧ । ମହୁରୀ ସାଙ୍ଗକୁ ଢ଼ୋଲ ନିଶାଣ, ଟାମକ ଆଦି ପାରମ୍ପରିକ ବାଦର ଦୁନ୍ଦୁଭିରେ ଦୁଲୁକି ଉଠୁଛି ମା’ର ପୀଠ । ଆଉ ଶ୍ରଦ୍ଧାଳୁ ମା’ର ସାନିଧ୍ୟ ଟିକିଏ ପାଇବାପାଇଁ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ଏହି ନଦୀ କୂଳ ଦେବୀଙ୍କ ପୀଠକୁ । ଆଉ ସିନ୍ଦୁର ପ୍ରଲେପିତ ହୋଇ ମା’ ମଝିଘରିଆଣୀ ନିଜ ଆସ୍ତାନରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛି ।

ମା’ର ଏହି ଚୌତ୍ରପର୍ବର ପୂଜାବିଧୀ ସମ୍ପୂର୍ଣ୍ଣ ନିଆରା । ନୀତିକାନ୍ତି ଅତି ପୂରାତନ । ଚୌତ୍ର ମାସର ୪ଟି ମଙ୍ଗଳବାରରେ ଦେବୀ ଶିତଳ ଭୋଗ ଖାଇବା ପରେ ଆରମ୍ଭ ହୋଇଥାଏ ଚୌତ୍ରପର୍ବ । ବର୍ଷ ତମାମ ଦେବୀ ମଝିଘରିଆଣୀଙ୍କ ସହ ରାଇଜବୁଲି, ସାତ ଭଉଣୀ, ଠାକୁରାଣୀ ଏବଂ ଜୟଦୁର୍ଗାଙ୍କ ଖଣ୍ଡା ଆକାରରେ ମନ୍ଦିର ଭିତରେ ପୂଜା ପାଉଥିବା ବେଳେ ଏହି ଦିନ ମାନଙ୍କରେ ମନ୍ଦିର ବେଢ଼ାରୁ ବାହାରକୁ ଯାଇ ଶ୍ରଦ୍ଦାଳୁଙ୍କୁ ଦର୍ଶନ ଦେଇଥାନ୍ତିି ।

 ମାଁ ମଝିଘରିଆଣୀଙ୍କ ଚଇତି ପର୍ବ

ଶ୍ରଦ୍ଧାଳୁଙ୍କ ଘର ଦାଣ୍ଡକୁଯାଇ ପଣା ଓ ଉଖୁଡା ଭୋଗ ଖାଇବା ଏହି ପର୍ବର ଅତି ପୂରୁଣା ନିତୀକାନ୍ତି । ଗର୍ଭଗୃହ ପଛରେ ଦେବୀଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ମାଙ୍କ ଚଳନ୍ତିି ପ୍ରତିମା ସ୍ୱରୁପ ପୂଜା ପାଉଥିବା ଖଣ୍ଡାକୁ ଶାଣ ଦେବାପରେ ଏହି ପୂଜାର ଆରମ୍ଭ ହୋଇଥାଏ । ହଳଦୀ କୁଙ୍କୁମରେ ଦେବୀ ମା’ଙ୍କ ପାଦକୁ ଆହ୍ୱାନ କରାଯାଏ । ପରେ ଗେଟିଏ ଦିନ ପାଦବଥା ରୂପେ ପାଳନ କରିବାପରେ ଦେବୀ ମା’ ରାଇଜ ବୁଲିବାକୁ ବାହାରିଥାନ୍ତିି । ଦିନଥିଲା ସହରର ସବୁ ଶ୍ରଦ୍ଧାଳୁଙ୍କ ଦାଣ୍ଡକୁ ଯାଇ ପଣା ଖାଇବା ପରମ୍ପରା ରହିଥିଲା । କିନ୍ତୁ ସହର ବଢ଼ିବା ସବୁ ଦୁଆରକୁ ଯିବା ସମ୍ଭବ ହୋଇନପାରିବାରୁ ପାଳିକରି ସହର ପରିକ୍ରମାର ଯୋଜନା କରାଯାଇଥିବା ପୂଜକ ଚନ୍ଦ୍ରପ୍ରକାଶ କହନ୍ତିି ।

 ମାଁ ମଝିଘରିଆଣୀଙ୍କ ଚଇତି ପର୍ବ

ତେବେ ପ୍ରତହ ସକାଳୁ ମଣ୍ଡଳ ବିନାସ, ଦ୍ୱାରାପାଳ ପୂଜା, ସୂର୍ଯ୍ୟପୂଜା ପରେ ଘଟ ସିଙ୍ଗାର କୁଙ୍କୁମ ଲେପନ ଆଦି ବିଧ ସମ୍ପନ୍ନ କରିବା ପରେ ପାରମ୍ପରିକ ବାଦର ତାଳେତାଳେ ଅନ୍ନ ପ୍ରସାଦ (କୁମାମ) ବଢ଼ାହୁଏ । ସନ୍ଧରେ ଦେବୀଙ୍କ ଘଟସହ ଚାଙ୍ଗୁଡାରେ ଆବାହନ କରିଥିବା ମା’ଙ୍କ ପାଦକୁ ଧରି ସାହିସାହି ବୁଲି ବାହାରନ୍ତିି । ଆଗରେ ଦିଉଡି ସହ ଟାମକ, ଚାଙ୍ଗୁ ଓ ମହୁରୀ ଦେବୀଙ୍କ ପଟୁଆରକୁ ବାଟ କଢ଼ାଇ ନେଉଥିବା ବେଳେ ପ୍ରତି ଘରଦାଣ୍ଡରେ ଦେବୀଙ୍କ ପାଦ ଧୋଇବା ପରେ ଭୋଗ ସମର୍ପିତ କରାଯାଉଥିବା ଦେଖିବାକୁ ମିଳିଛି । ପର୍ବର ଅନ୍ତିମ ଦିନରେ ବିଳମ୍ବିତ ରାତିରେ ସନ୍ଧିପୂଜା ବିଧି ପାଳନ କରାଯାଏ ବୋଲି ପୁରୋହିତ ଚନ୍ଦ୍ର ପ୍ରକାଶ କହିଛନ୍ତିି । କ୍ଷୀଣ ବଦଶବ୍ଦରେ ସହରର ୪ସନ୍ଧିକୁ ବାନ୍ଧାଯାଇଥାଏ ।

 ମାଁ ମଝିଘରିଆଣୀଙ୍କ ଚଇତି ପର୍ବ

ପ୍ରତି କୋଣରେ ପୂଜା ଅର୍ଚ୍ଚନା ପରେ ଆଗାମୀ ଏକବର୍ଷ ପାଇଁ ବିଭିନ୍ନ ଦୁଷ୍ଟ ଶକ୍ତି ସହରକୁ ପ୍ରବେଶ ନକରିବା ପାଇଁ ପ୍ରତିବନ୍ଧକ ସ୍ୱରୁପ ଏହି ପୂଜା କରାଯାଉଥିବା ସେ କହନ୍ତିି । ସନ୍ଧିପୂଜା ପରେ ଦେବୀଙ୍କ ପୀଠରେ ପୂଜକ କାଦୋଳୀରେ ବସି ଝୁଲିବା, ନିଆରେ ଚାଲିବା ଭଳି ପୂଜାବିଧି ଅନୁଷ୍ଟିତ ହୋଇଥାଏ । ଏହି ଅବସରରେ ମାନସିକ ଧାରୀ ମାନେ ଆସି ଚୁଟି କାଟିବା ସହ ବଳିଦେଇ ଫେରୁଥିବା ପ୍ରତିଦିନ ଦେଖିବାକୁ ମଳିଛି ।

Govt

Comments are closed.