ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ । କାରଣ ଏହି ସହର ସହ ଯୋଡ଼ି ହେଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ପାଇକମାଲ ସହର ସ୍ୱଚ୍ଛ ତଥା ସୁନ୍ଦର ହେବା କଥା । କି;ୁ ଏହାର ସମ୍ପୂର୍ଣ୍ଣ ଓଲଟା ହେଇ ଅଳିଆ ଆବର୍ଜନା ପୂର୍ଣ୍ଣ ଦେଖିବାକୁ ମିଳେ । ପାଇକମାଲଠାରେ ଯାହା ଦ୍ୱାରା ପବିତ୍ର ନୃସିଂହନାଥ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଖିରେ ସ୍ଥାନୀୟ ଲୋକମାନେ ଲଜ୍ଜିତ ଅନୁଭବ କରନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ଯେ ଯଦି ଏହିଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତୀର୍ଥସ୍ଥଳୀ ଯଦି ଓଡ଼ିଶାର ପୂର୍ବାଞ୍ଚଳରେ ଥାନ୍ତା ତେବେ ଏଭଳି ଅବହେଳିତ ହୋଇ ରହି ନ ଥାନ୍ତା । ପାଇକମାଲ ସହରର ବିଭିନ୍ନ ଜାଗାରେ ଅଲିଆ ଆବର୍ଜନା ପୁରି ରହିଛି । ଯାହାକୁ ଦେଖି ମଧ୍ୟ ସ୍ଥାନୀୟ ବିଡ଼ିଓ ନିଦାବିଷ୍ଣୁ ସାଜିଛନ୍ତି ।
ପାଇକମାଲ ମୁଖ୍ୟ ଛକଠାରୁ ନୃସିଂହନାଥ ମନ୍ଦିର ଯିବାପାଇଁ ଷ୍ଟ୍ରିଟ ଲାଇଟ ନ ଥିବାରୁ ସନ୍ଧ୍ୟାବେଳେ ଲୋକେ ଏହିରାସ୍ତାରେ ଯିବାକୁ ଭୟ କରନ୍ତି । ପାଇକମାଲ ସହର ମଧ୍ୟରେ ବି ଷ୍ଟ୍ରିଟ ଲାଇଟ ନ ଥିବାରୁ ସମାନ ଅସୁବିଧା ଭୋଗୁଛନ୍ତି ଲୋକେ । ବିଭିନ୍ନ ସମୟରେ ଓଡ଼ିଶା ସରକାର ଲୋକଙ୍କୁ ଭୁଆଁ ବୁଲେଇ ନୃସିଂହନାଥ ମନ୍ଦିରରେ ଉନ୍ନତି ହେବ ବୋଲି ଆଶ୍ୱାସନା ଦେଇଆସୁଛନ୍ତି । କି;ୁ କେବଳ କାଗଜପତ୍ରରେ ତାହା ସୀମିତ ହୋଇରହିଛି । ଯଦ୍ୱାରା ଅଗାମୀ ଦିନରେ ଲୋକଙ୍କ ମନରେ ଆନ୍ଦୋଳନ କରିବା ନିମନ୍ତେ ଦାନା ବାନ୍ଧୁଛି ।

Comments are closed.