୨୬/୧୧ର ମାଷ୍ଟର୍ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ର ପୁଅ ୩୨ ନମ୍ବର ଆତଙ୍କବାଦୀ ତାଲିକାରେ ସାମିଲ

ଦିଲ୍ଲୀ: ଏପ୍ରିଲ୍‌ ୦୯: ଭାରତର ଗୃହମନ୍ତ୍ରାଳୟ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଓ ୧୯୬୭ ଆଧାରରେ ‘ଲଶPର୍‌-ଏ-ତାଇବା’ର ଆତଙ୍କବାଦୀ ମହମ୍ମଦ୍‌ ସଇଦ୍‌ର ପୁଅ ହାଫିଜ୍‌ ତଲ୍‌ହା ସଇଦ୍‌କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି । ଏଥିସହିତ ହାଫିଜ୍‌ ତଲ୍‌ହାକୁ ଆତଙ୍କଦାବୀ ତାଲିକାର ୩୨ ନମ୍ବର ଧାଡ଼ିରେ ସାମିଲ କରିଛି । ଏହି ତାଲିକାରେ ହାଫିଜ୍‌ ତଲ୍‌ହାର ବାପାର ନାମ ମଧ୍ୟ ରହିଛି ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌କୁ ୩୩ ବର୍ଷ କାରାଦଣ୍ଡାଦେଶ ହେବାର ଦିନକ ପରେ ଗୃହମନ୍ତ୍ରାଳୟ ହାଫିଜ୍‌ ତଲ୍‌ହାକୁ ଆତଙ୍କବାଦୀ ଚିହ୍ନିତ କରି ତାଲିକାଭୁକ୍ତ କରିଛି । ପାକିସ୍ତାନର ‘କାଉଣ୍ଟର୍‌-ଟେରରିଜମ୍‌ ଡିପାର୍ଟମେଣ୍ଟ୍‌’ ଫାଇଲ୍‌ କରିଥିବା ଦୁଇଟି ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସୟିଦ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲା ।
ହାଫିଜ୍‌ ତଲ୍‌ହା ଏବେ ଆତଙ୍କବାଦୀ ସଙ୍ଗଠନର ମୋଲବି ସଙ୍ଗଠନର ମୁଖ୍ୟ ରହିଛି । ଏହାଛଡ଼ା ସେ ଆତଙ୍କବାଦୀ ଚୟନ, ପାଣ୍ଠି ଆଦାୟ, ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସ୍ୱାର୍ଥ ରକ୍ଷାକାରୀଙ୍କ ଉପରେ ଲଶPର୍‌-ଏ-ତେବାଦ ଆକ୍ରମଣ ପାଇଁ ଯୋଜନା ଆଦିରେ ସକ୍ରିୟ ରହିଛି ବୋଲି ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ଉଲ୍ଲେଖ କରିଛନ୍ତି ।

୨୬/୧୧ର ମାଷ୍ଟର୍ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ର ପୁଅ ୩୨ ନମ୍ବର ଆତଙ୍କବାଦୀ ତାଲିକାରେ ସାମିଲ

ଉକ୍ତ ବିଜ୍ଞପ୍ତିରେ ରହିଛି ଯେ, ହାଫିଜ୍‌ ତଲ୍‌ହା ସମଗ୍ର ପାକିସ୍ତାନରେ ଥିବା ‘ଏଲ୍‌ଇଟି’ ଶିବିର ପରିଦର୍ଶନ କରି ପ୍ରବଚନ ଜରିଆରେ ଭାରତ, ଇସ୍‌ରାଏଲ୍‌, ଆମେରିକା ଏବଂ ପାଶ୍ଚାତ୍ୟ ଭାରତୀୟ ସ୍ୱାର୍ଥ ରକ୍ଷାକାରୀ ସମ୍ପ୍ରଦାୟ ବିପକ୍ଷରେ ଜିହାଦ ପ୍ରଚାର କରୁଛି । ସେ ହେଉଛି ଏକ କୁଖ୍ୟାତ ଆତଙ୍କବାଦୀ ।

Govt

Comments are closed.