ପୁରସ୍କାର ସମାରୋହରେନୋ ମେକଅପ୍‌ ଲୁକ୍‌ !

ମୁମ୍ବାଇ: ଟି-ସିରିଜ କମ୍ପାନୀ ମାଲିକ ଭୂଷଣ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋଲସା କୁମାର ବିୟୁଟି, ଫ୍ୟାଶନ ଏବଂ ଟ୍ୟାଲେଣ୍ଟ ପାଇଁ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ସେ ଅଭିନେତ୍ରୀ ହେବା ସହ ନିର୍ମାତା ଏବଂ ନିର୍ଦ୍ଦେଶକ ରୂପେ ଅନେକ କାମ କରିଛନ୍ତି ।
 ପୁରସ୍କାର ସମାରୋହରେନୋ ମେକଅପ୍‌ ଲୁକ୍‌ !

ଏଥିସହ ତାଙ୍କର ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ବି-ଟାଉନରେ ଚର୍ଚ୍ଚା କରାଯାଇଥାଏ । ନିକଟରେ ଦିବ୍ୟା ଏକ ପୁରସ୍କାର ସମାରୋହରେ ବିନା ମେକଅପ୍‌ ଲୁକ୍‌ରେ ପହଞ୍ଚିଥିଲେ । ତାଙ୍କ ନେଚୁରାଲ୍‌ ବିୟୁଟି ଦେଖି ଲୋକମାନେ ତାଙ୍କ ଲୁକ୍‌ର ବେଶ୍‌ ପ୍ରଶଂସା କରିଛନ୍ତି । ଦିବ୍ୟା ଏହି ସମାରୋହରେ କଳା ରଙ୍ଗର ଡ୍ରେସ୍‌ରେ କେବଳ ଲିପ୍‌ ବାମ ଏବଂ ମସ୍କାର ଲଗାଇଥିବା ନଜର ଆସିଥିଲେ ।

 ପୁରସ୍କାର ସମାରୋହରେନୋ ମେକଅପ୍‌ ଲୁକ୍‌ !

ବିନା ମେକଅପ୍‌ରେ ସେ ବହୁତ ଆକର୍ଷଣୀୟ ଏବଂ ଚେହେରାରେ ଦୃଢ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥିଲା । ତେବେ ମିଡିଆ ଅନୁଯାୟୀ ପ୍ରଥମ ଥର ପାଇଁ କୌଣସି ଅଭିନେତ୍ରୀ ଆୱାର୍ଡ ସମାରୋହକୁ ବିନା ମେକଅପ୍‌ରେ ପହଞ୍ଚିଥିଲେ । ଏହାକୁ ମଧ୍ୟ ନିଜ ସୋସିଆଲ ମିଡିଆରେ ପୋଷ୍ଟରେ ସ୍ୱୀକାର କରିଛନ୍ତି । ଦିବ୍ୟା ଖୋସଲା କୁମାର ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଆବଶ୍ୟକ ନହେଲା ପର୍ଯ୍ୟନ୍ତ ସେ ତାଙ୍କ ପ୍ରଫେସନରେ ମେକଅପ୍‌ର ବ୍ୟବହାର କରନ୍ତି ନାହିଁ ।’

 ପୁରସ୍କାର ସମାରୋହରେନୋ ମେକଅପ୍‌ ଲୁକ୍‌ !

ତେବେ ନିକଟରେ ଆୟୋଜିତ ଏହି ପ୍ରତିଷ୍ଠିତ ଆୱାର୍ଡ ଫଙ୍କସନରେ ଦିବ୍ୟାଙ୍କୁ ବିୟୁଟି ଆୱାର୍ଡରେ ସମ୍ମାନିତ କରାଯାଇଛି । ରେଡ୍‌ କାର୍ପେଟରେ ତାଙ୍କ ନୋ ମେକଅପ୍‌ ଲୁକ୍‌ ଏବେ ଭାଇରାଲ ହେବାରେ ଲାଗିଛି ।

Govt

Comments are closed.