ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ଗସ୍ତରେ ପ୍ରଶାନ୍ତ କିଶୋରଙ୍କ ଟିମ୍

ଗାନ୍ଧିନଗର: ଅପ୍ରେଲ ୦୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ପହଞ୍ଚିଛନ୍ତି ପ୍ରଶାନ୍ତ କିଶୋରଙ୍କ ଟିମ୍। ତେବେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ କି ନା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଂକେତ ଦେଇନାହାନ୍ତି। ଗୁଜରାଟ କଂଗ୍ରେସ ୧୯୮୯ ପରଠାରୁ ଦ୍ୱିତୀୟବାର କ୍ଷମତା ଦଖଲ କରିପାରିନାହିଁ। ତେବେ ନିର୍ବାଚନରେ ଜିତିବା ଲାଗି ନୁହେଁ ଗୁଜରାଟ କଂଗ୍ରେସ ପ୍ରଶାନ୍ତଙ୍କୁ ସାଥୀରେ ରଖିବା ଲାଗି ବିଚାର କରୁଥିବା ଜଣାପଡିଛି। ଏ ବାବଦରେ କେନ୍ଦ୍ରୀୟ ନେତୃତ୍ୱ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଗତ ଦୁଇ ସପ୍ତାହରେ ପ୍ରଶାନ୍ତ କିଶୋର ଅନେକ ବାର ଗାନ୍ଧି ପରିବାରଙ୍କୁ ଭେଟିଛନ୍ତି ଓ ପାର୍ଟିରେ କାମ କରିବା ଲାଗି ପରିବାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ତେବେ ମାମଲାରେ ଉଭୟ ପକ୍ଷ ଏବେବି ନିରବତା ଅବଲମ୍ବନ କରୁଛନ୍ତି।

Govt

Comments are closed.