ଭୁବନେଶ୍ୱର: ଅପ୍ରେଲ୦୮: ରାଜ୍ୟରେ ବଦଳିବ ପାଗ । ଆଜିଠୁ ତିନି ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । ଆଗକୁ ୯ ଓ ୧୦ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରଭାବରୁ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବା ନେଇ ଆକଳନ କରାଯାଉଥିଲା । କିନ୍ତୁ ଏହା ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଆଉ ଲଘୁଚାପ ରୂପ ନେବନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି । ତେବେ ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଗୁରୁବାର ୫ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରର ତାପମାତ୍ରା ସର୍ବାଧିକ ୪୧.୫ ଡିଗ୍ରୀ ରହିଥିଲା ।

Comments are closed.