‘କୋର୍ଟ ରୁମ୍‌’ ଡ୍ରାମା ସିରିଜ୍‌ରେ ଶ୍ରୀୟା

ଲକଡାଉନରେ ଭାରତୀୟ ଦର୍ଶକଙ୍କର ଓଟିଟି ପ୍ରତି ଥିବା ବିଚାରଧାରାରେ ପରିବର୍ତ୍ତିନ ଆସିଛି । ବର୍ତ୍ତମାନ ଭାରତୀୟ କଣ୍ଟେଣ୍ଟ୍‌ ଓଟିଟି ଯୋଗୁଁ ପୁରା ଦୁନିଆରେ ଲୋକପ୍ରିୟ ହୋଇପାରିଛି । ଅନେକ ବଡ଼ ବଡ଼ ଷ୍ଟାର ଓଟିଟି ପଦାର୍ପଣ କରୁଛନ୍ତି ଏବଂ ବହୁ ଫିଲ୍ମକୁ ବଡ଼ ପରଦା ସହ ଡିଜିଟାଲ ଦୁନିଆରେ ମଧ୍ୟ ରିଲିଜ୍‌ କରାଯାଉଛି । ତେଣୁ ନୂଆ ନୂଆ ବିଷୟବସ୍ତୁ ସହ ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି ।

 ‘କୋର୍ଟ ରୁମ୍‌’ ଡ୍ରାମା ସିରିଜ୍‌ରେ ଶ୍ରୀୟା
ଏହାକୁ ଦେଖି ଆମାଜନ ପ୍ରାଇମ ଭିଡିଓ ଏକ କୋର୍ଟ ରୁମ୍‌ ଡ୍ରାମା ନେଇ ଆସୁଛି, ଯାହାର ନାମ ଗିଲଫି ମାଇଣ୍ଡ୍ସ ରହିଛି । ନିକଟରେ ଆମାଜନ ପ୍ରାଇମ ପ୍ରଥମ ଲିଗାଲ୍‌ ଡ୍ରାମା ଗିଲଫି ମାଇଣ୍ଡ୍ସର ଘୋଷଣା କରିଛି । ଏଥିରେ ଅଭିନେତ୍ରୀ ଶ୍ରୀୟା ପିଲଙ୍ଗାୱକର ଏବଂ ବରୁଣ ମିତ୍ରା ଲିଡ୍‌ ରୋଲ୍‌ରେ ନଜର ଆସିବେ । ଏହି ଶୋ’କୁ ଚଳିତ ମାସ ୨୨ ତାରିଖରେ ଷ୍ଟ୍ରିମିଂ କରାଯିବ । ଗିଲଫି ମାଇଣ୍ଡ୍ସର କାହାଣୀ ଦୁଇ ଯୁବ ଓକିଲଙ୍କ ଉ ପରେ ଆଧାରିତ ହୋଇଛି ।

 ‘କୋର୍ଟ ରୁମ୍‌’ ଡ୍ରାମା ସିରିଜ୍‌ରେ ଶ୍ରୀୟା

ସିରିଜରେ ଉଭୟ ଓକିଲଙ୍କ ଆଇନ ଯାତ୍ରା ଏବଂ ସଂଘର୍ଷକୁ ଦେଖାଯିବା ସହ ଏକ ମାମଲା ଜରିଆରେ ଉଭୟଙ୍କ ଭିନ୍ନ ଧାରଣାକୁ ପରିବେଷଣ କରାଯାଇଛି । ସିରିଜ୍‌ରେ ଶ୍ରୀୟା ପିଲଙ୍ଗାୱକର ଏବଂ ବରୁଣ ମିତ୍ରା ଏହି ଯୁବ ଓକିଲ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ନମ୍ରତା ଶେଠ୍‌, ସୁଗନ୍ଧା ଗର୍ଗ, କୁଳଭୂଷଣ ଖରବନ୍ଦା, ସତୀଶ କୌଶିକ, ବେଞ୍ଜାମିନ୍‌ ଗିଲାନୀ, ବିରେନ୍ଦ୍ର ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ।
 ‘କୋର୍ଟ ରୁମ୍‌’ ଡ୍ରାମା ସିରିଜ୍‌ରେ ଶ୍ରୀୟା

ନିର୍ଦ୍ଦେଶିକା, ପ୍ରଯୋଜିକା ତଥା ଅଭିନେତ୍ରୀ ଶ୍ରୀୟାଙ୍କୁ ଏହା ପୂର୍ବରୁ ପ୍ରାଇମ ଭିଡିଓର ଲୋକପ୍ରିୟ ସିରିଜ ମିର୍ଜାପୁରରେ କାମ କରିଥିଲେ, ଯେଉଁଥିରେ ତାଙ୍କର ଅଭିନୟ ବେଶ୍‌ ପ୍ରଶଂସନୀୟ ହୋଇପାରିଥିଲା । ଏହାପରେ ତାଙ୍କ ଅଭିନୀତ ଦ ଗନ୍‌ ଗେମ୍‌, କ୍ରାକ୍‌ଡାଉନ ଏବଂ ବିଚମ୍‌ ହାଉସ୍‌ ଦର୍ଶକଙ୍କ ଆଦୃତ ଲାଭ କରିଛି ।

Comments are closed.