ମୋଦିଙ୍କୁ ଭେଟିଲେ ଓଡିଆ ଝିଅ

ନୂଆଦିଲ୍ଲୀ: ଅପ୍ରେଲ ୦୫: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯାଜପୁର ଝିଅ ଦିବ୍ୟା ଦାଶ । ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ପରୀକ୍ଷା ସମ୍ପର୍କରେ ମନ୍ତ୍ର ପରୀକ୍ଷାର୍ଥୀଙ୍କ ମନରେ ନୂଆ ଉତ୍ସାହ ଭରିଦେଇଛି । ଏହି ଖୁସିରେ ସାମିଲ ହେବାର ସୁଯୋଗ ପାଇଛନ୍ତି ପାଣିକୋଇଲି ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଦିବ୍ୟା ଦାଶ । ୨୦୨୧ ମସିହା ଡିସେମ୍ବର ମାସରେ ଆୟୋଜିତ ଜାତୀୟ ଆର୍ଟ ଆଣ୍ଡ ଏଜୁକେସନ ପ୍ରତିଯୋଗିତାରେ ଦିବ୍ୟାଙ୍କ ଏକ ଚିତ୍ର ସର୍ବଶ୍ରେଷ୍ଠ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୁଯୋଗ ମିଳିଥିଲା । ଓଡ଼ିଶାର ଜଣେ ମାତ୍ର ଝିଅ ଭାବେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Govt

Comments are closed.