ବିବାହଘର ସମୟରେ ଦୁଇ ପରିବାର ଲୋକ ତିଥି, ନକ୍ଷେତ୍ର ଓ ଜାତକକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି । ହେଲେ ନବବିବାହିତଙ୍କ ରୁମ୍ ବା କକ୍ଷ କିପରି ସଜାଯିବ ବା ବାସ୍ତୁ କିପରି ରହିବ ସେ କଥା ଧ୍ୟାନ ଦେଇନଥାନ୍ତି । ଘରକୁ ନୂଆ ବୋହୂର ଆଗମନକୁ ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କ ଆଗମନ ସହିତ ତୁଳନା କରାଯାଏ । ଘରେ ସୁଖ ଓ ସମୃଦ୍ଧରେ ପରିପୂର୍ଣ୍ଣ ହୋଇଉଠେ । ଜଣେ ନୂଆ ସଦସ୍ୟ ଘରକୁ ଆସିଲେ ପରିବାର ମଧ୍ୟରେ ପ୍ରେମ ବୃଦ୍ଧି ପାଏ । ଏହି ଖୁସି ଓ ପ୍ରେମକୁ ଦ୍ୱìଗୁଣିତ କରିବା ପାଇଁ ଓ ନବିବାହିତଙ୍କ ପ୍ରେମ ସମ୍ପର୍କ ବଢ଼ାଇବା ପାଇଁ ରୁମ୍କୁ ବାସ୍ତୁ ଅନୁସାରେ ସଜାଇବା ନିହାତି ଜରୁରି । ବାସ୍ତୁ ଅନୁସାରେ, ନବିବାହିତଙ୍କ ରୁମ୍ର ଦିଗ ପରିବର୍ତ୍ତନ , ରଙ୍ଗ ଓ ସାଜସଜା ପ୍ରେମ ଓ ଯୌନ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପକାଏ ।
* ନବବିବାହିତଙ୍କ ରୁମ୍ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରହିବା ଶୁଭ । ଯଦି ଏହିପରି ସମ୍ଭବ ହୋଇପାରିନଥାଏ, ତେବେ ନବିବାହିତଙ୍କ ବେଡ୍ ବା ଖଟର ଦିଗ ପରିବର୍ତ୍ତନ କରିବା ଉଚିତ୍ । ବେଡକୁ ଏହିପରି ରଖନ୍ତୁ ଯେପରି, ରୁମ୍ର ଦକ୍ଷିଣ କିମ୍ବା ପୂର୍ବ ଦିଗରେ ପୁଅ ଓ ବୋହୂଙ୍କ ମୁଣ୍ଡ ଓ ଉତ୍ତର ଦିଗରେ ପାଦ ରହିବ । ଧ୍ୟାନ ରଖନ୍ତୁ ଯେ, ପାଦ କେବେ ବି ରୁମ୍ର ପ୍ରବେଶ ଦ୍ୱାରା ଆଡ଼କୁ ନରହୁ । ଏହିପରି କଲେ ନବବିବାହିତଙ୍କ ସମ୍ପର୍କ ଦୃଢ଼ ହୁଏ ।
* ବାସ୍ତୁ ଅନୁସାରେ, ବେଡସିଟ୍ର ଚୟନ ଉପରେ ଧ୍ୟାନ ଦେବା ଉତ୍ତମ ବିଷୟ ଅଟେ । ନବବିବାହିତଙ୍କ ମିଳନ ସମୟରେ ଶାରୀରିକ, ମନ ଓ ଭାବନାରେ ବିଶେଷ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ଦୁହିଁଙ୍କୁ ଗରମ ଉର୍ଜାର ଆବଶ୍ୟକତା ହୁଏ । ବିଶେଷ କରି ନବବଧୂଙ୍କ ଉତ୍ତମ ସ୍ୱାସ୍ଥ ସକାଶେ ଗରମ ଉର୍ଜା ଆବଶ୍ୟକ । ଏଣୁ ବେଡସିଟ୍ ଚୟନ ସମୟରେ ଗରମ ଉତ୍ତାପ ଦେଉଥିବା ଚାଦର କିଣନ୍ତୁ ।
* ବେଡସିଟ୍ କିଣିବା ସମୟରେ ରଙ୍ଗକୁ ଗରୁତ୍ୱ ଦିଅନ୍ତୁ । କଳା, ଧୂସର ଓ ମାଟିଆ ରଙ୍ଗର ବେଡସିଟ୍ କଦାପି ଚୟନ କରନ୍ତୁ ନାହିଁ । ନାରଙ୍ଗୀ, ହଳଦିଆ, ଗୋଲାପି ଓ ନୀଳ ରଙ୍ଗ ଥିବା ବେଡସିଟ୍ ଚୟନ ଶୁଭ ଅଟେ ।
* ସେହିପରି ନବବିବାହିତଙ୍କ ରୁମ୍ର କାନ୍ଥକୁ ନିଜ ମନ ପସନ୍ଦର ରଙ୍ଗରେ ରଙ୍ଗାନ୍ତୁ । ହେଲେ ଧ୍ୟାନ ରଖିବେ ଯେ, କାନ୍ଥର କୌଣସି ଏକ ସ୍ଥାନରେ ନାଲି ରଙ୍ଗ ରଖିବେ, ସମୂର୍ଣ୍ଣ କାନ୍ଥକୁ ନାଲି ରଙ୍ଗରେ ରଙ୍ଗାଇବେ ନାହିଁ । ବାସ୍ତୁ ଅନୁସାରେ, କାନ୍ଥରେ ନାଲି ରଙ୍ଗ ଯୌନ ଶକ୍ତିକୁ ବୃଦ୍ଧି କରେ ।
* ବହୁ ଲୋକ ରୁମ୍ ସଜାଇବା ପାଇଁ ଫଟେ ଫ୍ରେମ୍ ଓ ଫୁଲର ବ୍ୟବହାର କରିଥାନ୍ତି । ସେହିପରି ନବବିବାହିତଙ୍କ ରୁମ୍କୁ ସଜାଇବା ପାଇଁ ସତେଜ ଫୁଲ ଓ ଫଟୋ ଫ୍ରେମ୍ର ବ୍ୟବହାର କରିପାରିବେ । ହେଲେ କୌଣସି ପଶୁ, ଜଙ୍ଗଲ ଓ ଭଗବାନଙ୍କ ଫଟୋ ନବବିବାହିତଙ୍କ ରୁମ୍ରେ ସଜାନ୍ତୁ ନାହିଁ । ଏହପରି କଲେ ପ୍ରେମ ସମ୍ପର୍କ କମିଥାଏ ।
* ବେଡ୍ ନିକଟରେ ଆଇନା ରଖିପାରିବେ ହେଲେ, ବେଡ୍ ଆଡ଼କୁ ମୁହଁ କରି ଆଇନା ରଖନ୍ତୁ ନାହିଁ । ଏହିପରି କଲେ ମିଳନରେ ବାଧା ସୃଷ୍ଟି ହୁଏ ବୋଲି ବାସ୍ତୁରେ ଦର୍ଶାଦାଇଛି ।
* ରୁମ୍ରେ ଗରମ ଉର୍ଜା ବୃଦ୍ଧି କରିବା ପାଇଁ କାଠରେ ନିର୍ମିତ ସାଜସଜା ଜିନିଷ ରଖିପାରିବେ ।

Comments are closed.