ପୋଲିସ ପକ୍ଷରୁ ଚଢାଉ, ୯୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ସ୍ପୋର୍ପିଓ,କାର ଓ ବୁଲେଟ ଜବତ

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୌଦ୍ଧ ପୋଲିସ ଚଢ଼ାଉ କରି ୯୦ କିଲୋ ଗଞ୍ଜେଇ ଜବତ କରିବା ସହିତ ୩ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ନିମନା ଗ୍ରାମର ସନତ ପାଣ୍ଡିଆ(୪୧),ବୌଦ୍ଧ ଥାନା କୃଷ୍ଣପାଲି ଗ୍ରାମର ମୃତୁ୍ୟଞ୍ଜୟ ପ୍ରଧାନ(୩୮), ରଙ୍ଗମାଟିଆ ଗ୍ରାମର ଟିଟୁ ସେଠୀ(୨୧) ବୋଲି ଜଣାପଡିଛି ।

ପୋଲିସ ସୂତ୍ରରୁ ପ୍ରକାଶ, ବୌଦ୍ଧଥାନା ଅନ୍ତର୍ଗତ ଖଜୁରୀପଡାରୁ ସୋନପୁର ଜିଲ୍ଲାକୁ ଜହ୍ନାପଙ୍କ ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ବୌଦ୍ଧ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏସଆଇ ରାମସୁବ୍ରମଣ୍ୟ ପ୍ରଧାନଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ରଙ୍ଗମାଟିଆ ଛକ ନିକଟରେ ତଲାସି କରୁଥିବା ସମୟରେ ଏକ ମାରୁତି ସୁଇଫଫ ଡିଜାର(ଓଆ ୦୨ବିଏ ୩୮୩୯) କାର ଓ ଗୋଟିଏ ସ୍ପୋରର୍ଫିଓ(ଓଆର ୦୨ଏଏସ ୪୧୦୦) ଗାଡିର ତଲାସି ନିଆଯାଇଥିଲା । ତଲାସି ସମୟରେ ଗାଡିରୁ ଗଞ୍ଜେଇ ମିଳିଥିଲା । ପୁଲିସ ଗାଡି ସହିତ ଗଞ୍ଜେଇକୁ ଜବତ କରିଥିଲା ଏବଂ ଗାଡ଼ିକୁ ପାଇଲଟିଙ୍ଗ କରି ଯାଉଥିବା ଏକ ବୁଲେଟକୁ ମଧ୍ୟ ଜବତ କରିଥିଲା । ଏହା ସହିତ ଏକ ବନ୍ଧୁକ, ୪ଟି ମୋବାଲଇଲ ଫୋନକୁ ମଧ୍ୟ ଜବତ କରାଯାଇଥିଲା । ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ୯୦ କିଲୋ ଓଜନ ହୋଇଥିଲା । ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ସନତ, ମୃତୁ୍ୟଞ୍ଜୟ, ଟିଟୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.