ଲକ୍ଷ୍ମୌ: ମାର୍ଚ୍ଚ ୨୬: ୟୁପିରେ ପୁଣି ଶାସନ ଉପରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏବେ ଆକ୍ସନ ମୋଡ୍ ଦେଖାଯାଉଛି । ଗତ କାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ଏକ କ୍ୟାବିନେଟ୍ ବୈଠକ କରିଛନ୍ତି । ଉକ୍ତ ବୈଠକ ପରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର । ପୂର୍ବ ଯୋଜନା ଅନ୍ତର୍ଗତେ ଗରିବ ଶ୍ରେଣୀର ଲୋକଙ୍କୁ ଯେଉଁ ମାଗଣା ରାସନ୍ ସାମଗ୍ରୀ ମିଳୁଥିଲା, ତାହାକୁ ସେ ଅଧିକ ୩ ମାସ ବଢାଇ ଦେଇଛନ୍ତି । ଯୋଗୀଙ୍କ ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଦିନ ୧୫ କୋଟି ଲୋକ ଉପକୃତ ହେବେ । ତେବେ ଏହି ମାଗଣା ରାସନ୍ ମିଳିଥୁବା ଯୋଜନାଟି କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିଲା ।
ଉକ୍ତ କ୍ୟାବିନେଟ୍ ବୈଠକରେ ୟୁପିର ରାଜ୍ୟମନ୍ତ୍ରୀ ସନ୍ଦିପ ସିଂହ ଯୋଗ ଦେଇଛନ୍ତି । ସେ କହିଛନ୍ତି, ଯୋଗୀ ୨.୦ଙ୍କ ଆଜି ପ୍ରଥମ କ୍ୟାବିନେଟ୍ ବୈଠକରେ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଏବଂ କେତେକ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
Comments are closed.