ଦିଲ୍ଲୀ: ମାର୍ଚ୍ଚ ୨୬ :ଆଜି ଦିନକରେ ହଠାତ୍ ୪ ହଜାରରୁ ଅଧିକ କରୋନା ମୃତୁ୍ୟ ହୋଇଛି । ଯାହା ଏକ ଚିନ୍ତାଜନକ ବିଷୟ । ୨୪ ଘଣ୍ଟାରେ ଦେଶରେ ୪ ହଜାର ୧୦୦ କରୋନ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ଦେଶରେ ମୋଟ୍ ୫ ଲକ୍ଷ ୨୦ ହଜାର ୮୫୫ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୬୬୦ ରହିଛି ଏବଂ ୨ ହଜାର ୩୪୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୮୦ ହଜାର ୪୩୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଦେଶରେ ଦୈନିକ ସଂକ୍ରମଣ ହାର ୦. ୨୫ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୨୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୮୨. ୮୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
Comments are closed.