କୋଣାର୍କ ହେବ ଆଇକନିକ୍ ଡେଷ୍ଟିନେସନ୍

କୋଣାର୍କ: ମାର୍ଚ୍ଚ ୨୬: ଦେଶରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବ କୋଣାର୍କ । କୋଣାର୍କକୁ ଆଇକନିକ୍ ଡେଷ୍ଟିନେସନରେ ପରିଣତ କରାଯିବା ନେଇ ଚାଲିଛି ପ୍ରୟାସ ।ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି କାମ କରାଯିବ ବୋଲି ସେ କହିଛନ୍ତି । ଏହା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି । ସେହିପରି ହେରିଟେଜ୍ ପ୍ରକଳ୍ପ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ସଂସଦରେ ଖୁବ୍ ଶୀଘ୍ର ଏକ ନୂଆ ଆଇନ ଅଣାଯିବ । ଆଇନରେ କିଛି ସରଳୀକରଣ ହେବା ସହ ଏହାର ସମାଧାନ ହେବ ।

Govt

Comments are closed.