ଯୁକ୍ତଦୁଇ ପରୀକ୍ଷା ୨୪ରେ ନୁହେଁ ୨୮ରେ ଶେଷ

ଭୁବନେଶ୍ୱର : ମାର୍ଚ୍ଚ ୨୫: ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯୁକ୍ତଦୁଇ ପରୀକ୍ଷା ମେ ୨୪ରେ ଶେଷ ହୋଇଥାନ୍ତା । କିନ୍ତୁ ଆଜି ଏହି ଭୁଲ୍‌କୁ ସଂଶୋଧିତ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁକ୍ତଦୁଇ ପରୀକ୍ଷାର ଶେଷ ତାରିଖ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷା ମେ ୨୪ ନୁହେଁ, ବରଂ ମେ ୨୮ରେ ଶେଷ ହେବ ବୋଲି ବିଜ୍ଞପ୍ତିରେ ପ୍ରକାକଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ମେ ୨୮ରେ ଶେଷ ହେବ ।
ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ପରୀକ୍ଷା ତାରିଖରେ ଏପଟ ସେପଟ ହେଉଛି । ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ।

ଶିକ୍ଷା ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ-

* ଏପ୍ରିଲ ୨୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ ।

* ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଏବଂ ମେ ୫ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବ ।

* ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷାକୁ ନଜରରେ ରଖି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

* ଧନ୍ଦାମୂଳକ ବିଭାଗର ପରୀକ୍ଷା ମଧ୍ୟ ମେ ୯ରୁ ଆରମ୍ଭ ହେବ । ସମସ୍ତ ବିଷୟର ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ ।

* ପ୍ରାକଫିକାଲ ପରୀକ୍ଷା ଏପ୍ରିଲ ୪ରୁ ୧୨ ତାରିଖ ମଧ୍ୟରେ କରାଯିବ ।

* କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଆରମ୍ଭ ହେବ । ୩୦ରେ ଇଂରାଜୀ ବିଷୟର ପରୀକ୍ଷା ହେବ ।

* ମେ ୪ରେ କଳା ବିଭାଗର ଇତିହାସ, ୭ରେ ରାଜନୀତି ବିଜ୍ଞାନ, ୧୦ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍‌ମେଣ୍ଟ, ୧୩ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୧୯ରେ ଗୃହ ବିଜ୍ଞାନ, ୨୫ରେ ଲଜିକ୍‌ (ତର୍କଶାସ୍ତ୍ର) ଓ ଭୂଗୋଳ, ୨୭ରେ ନୃତତ୍ତ୍ୱ ବିଜ୍ଞାନ, ଷ୍ଟାଟିଷ୍ଟିକ୍‌ସ ଓ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା ରହିଛି ।

* ବାଣିଜ୍ୟ ବିଭାଗର ବିଜନେସ୍‌ ମାଥମେଟିକ୍‌ସ ଆଣ୍ଡ ଷ୍ଟାଟିଷ୍ଟିକ୍‌ସ (ବିଏମ୍‌ଏସ୍‌) ପରୀକ୍ଷା ମେ ୪ରେ ହେବାକୁ ଥିବା ବେଳେ ୭ରେ ଆକାଉଣ୍ଟାନ୍ସି, ୧୦ରେ ଫଣ୍ଡାମେଣ୍ଟାଲ୍ସ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ(ଏଫ୍‌ଏମ୍‌ଏ), ବିଜିନେସ୍‌ ଇକୋନୋମିକ୍ସ(ବିଏସ୍‌ଇ), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ), ୧୩ରେ ବିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ(ବିଏସ୍‌ଏମ୍‌) ବିଷୟ ପରୀକ୍ଷା ଅନୁଷ୍ଠିତ ହେବ ।

* ମେ ୯ରୁ ବିଜ୍ଞାନ ବିଭାଗ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷା ଥିବା ବେଳେ ୧୧ରେ ରସାୟନ ବିଜ୍ଞାନ, ୧୪ରେ ପଦାର୍ଥ ବିଜ୍ଞାନ, ୧୭ରେ ଜୀବ ବିଜ୍ଞାନ, ୧୯ରେ ଗଣିତ, ୨୪ରେ ଏମ୍‌ଆଇଏଲ୍‌(ଓଡ଼ିଆ), ୨୭ରେ ଷ୍ଟାଟିଷ୍ଟିକ୍‌ସ , ୨୮ରେ ଭୂତତ୍ତ୍ୱ ବିଷୟର ପରୀକ୍ଷା ହେବ ।

* ଜୀବ ବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍ସନରେ ଅନୁଷ୍ଠିତ ହେବ । ପ୍ରଥମ ସେକ୍ସନରେ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ଟା ୩୦ ମଧ୍ୟରେ ଏବଂ ଦ୍ୱିତୀୟ ସେକ୍ସନରେ ପ୍ରାଣୀବିଜ୍ଞାନ ବିଷୟର ପରୀକ୍ଷା ପୂର୍ବାହ୍ନ ୧୦ଟା ୫୦ରୁ ମଧ୍ୟାହ୍ନ ୧୨ଟା ୨୦ ପର୍ଯ୍ୟନ୍ତ ହେବ । ଅନ୍ୟାନ୍ୟ ବିଷୟଗୁଡ଼ିକର ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ସେନେଇ ସିଏଚଏସ୍‌ଇ ପକ୍ଷରୁ କଲେଜଗୁଡ଼ିକୁ କାର୍ଯ୍ୟସୂଚାଇ ଦିଆଯାଇଛି ।

Govt

Comments are closed.