ବଳକା ଅରୁଆ ଭାତରୁ ପ୍ରସ୍ତୁତ କରନ୍ତୁ ରସଗୋଲା

ବଳକା ଅରୁଆ ଭାତକୁ ଆମେ ବିଭିନ୍ନ ଶୈଳୀରେ ରାନ୍ଧି ନୂତନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥାଉ । ହେଲେ ଭାତକୁ ନେଇ କେବେ ମିଠା ପ୍ରସ୍ତୁତ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅରୁଆ ଭାତରେ ପ୍ରସ୍ତୁତ ରସଗୋଲାର ପ୍ରସ୍ତୁତି ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ:ଅରୁଆ ଭାତ, ଚିନି, ମଇଦା, ଘିଅ ବା ରିଫାଇନ୍‌ ତେଲ, ମିଲ୍‌କ ପାଉଡର୍‌ ଓ ଗୁଜୁରାତି

ପ୍ରସ୍ତୁତି: ରସଗୋଲା ତିଆରି କରିବା ପାଇଁ ପ୍ରଥମେ ଅରୁଆ ଭାତକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଯେପରି ଭାତ ଗୋଟା ଗୋଟା ରହିବ ନାହିଁ । ଏହାପରେ ସେହି ଗ୍ରାଇଣ୍ଡିଂ ଭାତରେ ମଇଦା, ମିଲ୍‌କ ପାଉଡର ଓ ଘିଅ ବା ରିଫାଇନ୍‌ ତେଲ ମିଶାଇ ଭଲଭାବେ ଚକଟି ରସଗୋଲା ଆକାରରେ ଗୁଳା ପ୍ରସ୍ତୁତ କରନ୍ତୁ ।
ବଳକା ଅରୁଆ ଭାତରୁ ପ୍ରସ୍ତୁତ କରନ୍ତୁ ରସଗୋଲା

ରସଗୋଲାର ଶିରା ପ୍ରସ୍ତୁତ କରିବା ପାଇଁ ଏକ କଢ଼େଇରେ ଚିନି , ବାସ୍ନା ପାଇଁ ଗୁଜୁରାତି ଓ ପାଣି ଦେଇ ଶିରା କରନ୍ତୁ । ଏହାପରେ ସେହି ଶିରାରେ ପ୍ରସ୍ତୁତ ରସଗୋଲା ପକାଇ ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇ ଫୁଟାନ୍ତୁ ।
ବଳକା ଅରୁଆ ଭାତରୁ ପ୍ରସ୍ତୁତ କରନ୍ତୁ ରସଗୋଲା

ପରେ ତାକୁ ତଳକୁ ଓହ୍ଲାଇ ଦିଅ;ୁ । ପ୍ରସ୍ତୁତ ହୋଇଗଲା ଅରୁଆ ଭାତରୁ ପ୍ରସ୍ତୁତ ସୁଆଦିଆ ରସଗୋଲା ।

Launching Ceremony of “AYUSHMAN BHARAT

Comments are closed.