ଟିଏମସି କର୍ମକର୍ତ୍ତାଙ୍କ ବିଭତ୍ସ କାଣ୍ଡ

କୋଲକାତା: ମାର୍ଚ୍ଚ ୨୩: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତରାତିରେ ଶାସକ ଟିଏମ୍ସି କର୍ମୀମାନେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ଟିଏମ୍ସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ରାମପୁରହାଟ ଅଂଚଳରେ ୮ ଜଣଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଛି। ଏହି ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ଆଜି ରାତି ସୁଦ୍ଧା ଏହି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଟିଏମ୍ସି ନେତା ତଥା ନାଏବ ସରପଞ୍ଚ ଭଦୁ ଶେଖଙ୍କୁ ସୋମବାର ରାତିରେ ରାଜ୍ୟ ରାଜପଥରେ ଅଜଣା ଦୁର୍ବୃତ୍ତମାନେ ବୋମାମାଡ଼ କରି ହତ୍ୟା କରିଥିଲେ। ଶେଖଙ୍କ ହତ୍ୟା ପରେ ଟିଏମ୍ସି କର୍ମୀମାନେ ପ୍ରତିଶୋଧ ନେବା ପାଇଁ ବିଳମ୍ବିତ ରାତିରେ ୧୦/୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଘରର ବାହାର ପଟେ ତାଲା ପକାଇ ଦେଇଥିବାରୁ ଘର ଭିତରୁ କେହି ବାହାରିପାରି ନଥିଲେ। ଫଳରେ ଭିତରେ ଥିବା ଲୋକମାନେ ଜିଅନ୍ତା ଜଳି ଯାଇଥିଲେ।

Govt

Comments are closed.