ଚଣ୍ଡୀଗଡ଼: ମାର୍ଚ୍ଚ ୧୫: ପଞ୍ଜାବ ନିର୍ବାଚନ ସମୟରେ ଆପ୍ ଦଳର ମୁଖିଆ ଅରବିନ୍ଦ କେଜରୀୱାଲ ଭୋଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ଏବେ ପଞ୍ଜାବର ଆପ୍ ସରକାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ମାସିକ ୩୦୦ ୟୁନିଟ ବିଜୁଳୀ ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଏନେଇ ଆପ୍ କେନ୍ଦ୍ରୀୟ କମିଟି ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ସୂଚନା ମିଳିଛି । ଏନେଇ ପଞ୍ଜାବର ମୋଟ ବିଜୁଳୀ ଉପଭୋକ୍ତା ଓ କାହାକୁ ରିହାତି ମିଳିବ ତାହା ଉପରେ ଆପ୍ ସରକାର ଡାଟା ପ୍ରସ୍ତୁତ କରିସାରିଛନ୍ତି । ଏପ୍ରିଲ ୧ରୁ ମାଗଣା ବିଜୁଳୀ ସେବା ଯୋଗାଇ ଦିଆଯାଇପାରେ ବୋଲି ଖବର ରହିଛି ।
ସୂଚନା ଅନୁସାରେ, ପଞ୍ଜାବରେ ମୋଟ ୧ କୋଟି ବିଜୁଳୀ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩ ଲକ୍ଷ ଘରୋଇ ଉପଭୋକ୍ତା ରହିଛନ୍ତି । ରାଜ୍ୟରେ ରାଜସ୍ୱରୁ ବାର୍ଷିକ ମୋଟ ୧୦ ହଜାର କୋଟି ଟଙ୍କା ବିଜୁଳୀ ରିହାତି ବାବଦରେ ପ୍ରଦାନ କରାଯାଉଥିବା ବେଳେ ଏହା ମଧ୍ୟରୁ ୭,୧୮୦ କୋଟି ଟଙ୍କା କେବଳ କୃଷକ ପରିବାରମାନଙ୍କୁ ବିଜୁଳୀ ରିହାତି ବାବଦରେ ପ୍ରଦାନ କରାଯାଉଛି ।

Comments are closed.