ଆଜିକାଲିର ବ୍ୟସ୍ତବହୂଳ ଜୀବନଶୈଳୀ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ସେଥିଧ୍ୟରୁ ଆଣ୍ଠୁଗଣ୍ଠି ବିନ୍ଧା ଯେପରି ସାଧାରଣ ପାଲଟିଛି । ଅନେକ ଲୋକଙ୍କ ନିକଟରେ ଏହି ସମସ୍ୟା ଦେଖାଦେଉଛି । ଏହା ଛୋଟ ଯନ୍ତ୍ରଣାରୁ ଆରମ୍ଭ ହୋଇ ଗୁରୁତର ସମସ୍ୟାରେ ପରିଣତ ହେଉଛି । କେତେଜଣଙ୍କର ଏହା ଔଷଧରେ ଭଲ ହୋଇପାରୁଥିବା ବେଳେ କେତକ କ୍ଷେତ୍ରରେ ପ୍ରତିରୋପଣର ଆବଶ୍ୟକତା ପଡୁଛି ।
ଆଣ୍ଠୁ ପ୍ରତିରୋପଣ
ଆଣ୍ଠୁଟି ସମ୍ପୂର୍ଣ୍ଣ ନଷ୍ଠ ହୋଇଯାଇଥିଲେ ଏବଂ ଅସହ୍ୟ ଯନ୍ତ୍ରଣା ହେଲେ ଆଣ୍ଠୁ ପ୍ରତିରୋପଣ କରାଯାଇଥାଏ । ଏହି ପ୍ରକ୍ରିୟାରେ ଆଣ୍ଠୁର କାର୍ଟିଲେଜ ବା ଗଣwିହାଡର ନରମ ଅଂଶକୁ କାଟି ତାହା ସ୍ଥାନରେ କୃତ୍ରିମ ଖଞ୍ଜା ଲଗାଯାଇଥାଏ ଯାହାକି ପ୍ଲାଷ୍ଟିକ୍ କିମ୍ବା ମେଟାଲରେ ତିଆରି ହୋଇଥାଏ । ଏହି ପ୍ରକ୍ରିୟାକୁୁ ପ୍ରତିରୋପଣ କୁହାଯାଏ ।

କେଉଁ ରୋଗରେ କରାଯାଏ
ଅଷ୍ଟିଓଆର୍ଥାଇଟିସ୍ ବା ବାର୍ଦ୍ଧକ୍ୟ ଜନିତ ଆଣ୍ଠୁଗଣwି ବାତରୋଗ, ଯେଉଁଥିରେ ଆଣ୍ଠୁଗଣwି ଅଧିକ କ୍ଷୟ ହୋଇ ଯନ୍ତ୍ରଣା ହେଉଥାଏ । ଏହି ଯନ୍ତ୍ରଣା ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥାଏ । ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଣ୍ଠୁଗଣwି ପ୍ରତିରୋପଣ ସର୍ଜରୀ ଉପଯୋଗୀ ହୋଇଥାଏ । କିଛିଦିନ ପେନ୍ କିଲର ଖାଇ ଯନ୍ତ୍ରଣା ଠାରୁ ଉପଶମ ମିଳିଥାଏ । ତେବେ ନିୟମିତ ପେନ୍ କିଲର ଖାଇବା ଦ୍ୱାରା ଲିଭର ଓ କିଡନୀ ଖରାପ ହେବାର ସମ୍ଭାବନା ଅଧିକ ଥାଏ ।
ଅସ୍ତ୍ରୋପଚାରର ସଠିକ୍ ସମୟ
ଯଦି ଔଷଧ ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ନ ମିଳେ । ଗୋଡ ବଙ୍କା ହୋଇ ଉଠିବା, ବସିବାରେ କଷ୍ଟ ଅନୁଭବ ହୋଇଥାଏ । ତେବେ ଏହି କ୍ଷେତ୍ରରେ ତୁìରନ୍ତ ଡାକ୍ତରଙ୍କ ପରାମର୍ଶରେ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି ।

ପୂର୍ବ ପ୍ରସ୍ତୁତି
ରୋଗୀର ଆଣ୍ଠୁ, ଗୋଇଠି ଓ ଅଣ୍ଟାର ଖଞ୍ଜା ପରୀକ୍ଷା ସମେତ ଏକ୍ସରେ ଆଦି କରାଯାଏ । ଅନ୍ୟାନ୍ୟ ରୋଗ ଥିଲେ, ତା’ର ମଧ୍ୟ ପରୀକ୍ଷା କରାଯାଏ । ରକ୍ତ ପରୀକ୍ଷା, ଲିଭର ଓ କିଡନୀ, ହାର୍ଟ ପରୀକ୍ଷା ଆଦି କରାଯାଏ । ସେହିଭଳି ଡାଇବେଟିସ୍ ଓ ରକ୍ତଚାପ ଅଧିକ ଥିଲେ ଏହାକୁ ନିୟନ୍ତ୍ରଣ କରି ଅସ୍ତ୍ରୋପଚାର କରାଯାଏ । ଏ ସମସ୍ତ ପରୀକ୍ଷା ଡାକ୍ତରଙ୍କର ତତ୍ତ୍ୱାବଧାନରେ କରାଯାଇଥାଏ ।
ସମୟ
ଅଭିଜ୍ଞ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଏକ ରୁ ଦେଢ ଘଣ୍ଟା ସମୟ ମଧ୍ୟରେ ଏହି ଅପରେସନ୍ କରିଥାନ୍ତି । ଅସ୍ତ୍ରୋପଚାରର କରିବାର ୪୮ ଘଣ୍ଟା ମଧ୍ୟରେ ରୋଗୀ ଠିଆହୋଇପାରିବେ । ନିୟମିତ ଫିଜିଓଥେରାପି ଓ ରିହାବଲିଟେସନ କରିବା ଦ୍ୱାରା କିଛିଦିନ ମଧ୍ୟରେ ରୋଗୀ ପୂର୍ବଭଳି ସମସ୍ତ କାମ ମଧ୍ୟ କରିପାରିବେ ।
ସତର୍କତା
ଅପରେସନ୍ ପରେ ଅଧିକ ଭାରି ଜିନିଷ ଟେକିବା, ଖେଳକୁଦ କରିବା ଅନୁଚିତ୍ । ପାହାଚ ଚଢିବା, ଚାଲିବା, ବସିବା, ଉଠିବା ଆଦି କାମରେ କିଛି ଅସୁବିଧା ହୁଏ ନାହିଁ ।
କୃତିମ ଆଣ୍ଠୁର ସମୟ ସୀମା
କୃତ୍ରିମ ଆଣ୍ଠୁ ଠିକ୍ ପ୍ରାକୃତିକ ଆଣ୍ଠୁ ଭଳି କାମ କରିଥାଏ । ୯୫ ପ୍ରତିଶତ କ୍ଷେତ୍ରରେ ଏହା ପ୍ରାୟ ୨୦ ବର୍ଷ ଯାଏ କାମ କରିଥାଏ । ଆଣ୍ଠୁ ପ୍ରତିରୋପଣ କରିଥିବା ବ୍ୟକ୍ତିମାନେ ଏକ ଯନ୍ତ୍ରଣାବିହୀନ ଜୀବନ ଅତିବାହିତ କରିଥାନ୍ତି ।

Comments are closed.