ୟୁପି: ମାର୍ଚ୍ଚ ୦୫: ୟୁପି ସାହାରନପୁରରୁ ଦିଲ୍ଲୀ ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ। ବ୍ରେକ୍ ଜାମ ଯୋଗୁଁ ମେରଟର ଦୌରାଲା ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁରେ ଟ୍ରେନ ଇଞ୍ଜିନ୍ ସମେତ ଦୁଇଟି କୋଚ ପୋଡ଼ି ପାଉଁଶ ହୋଇଯାଇଛି। ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍ ଧୂଆଁ ବାହାରିବାରେ ଲାଗିଲା । କିଛି ଯାତ୍ରୀ ଦଉଡ଼ି ଯାଇ ଡ୍ରାଇଭରଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଟ୍ରେନରେ ନିଆଁ ଲାଗିବା ମାତ୍ରେ ପଛ କୋଚରେ ଥିବା ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । ଦେଖୁ ଦେଖୁ ଖୁବ୍ ଶୀଘ୍ର ଇଞ୍ଜିନରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା । ଅଗ୍ନିଶମ ବାହିନୀକୁ ଖବର ଦେବା ବେଳକୁ ଇଞ୍ଜିନ ସମେତ ଦୁଇଟି କୋଚରେ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ମୃତାହତଙ୍କ କୌଣସି ସୂଚନା ନାହିଁ ।

Comments are closed.