ଗୁଳ ମାଡ଼ରେ ୟୁକ୍ରେନ୍‌ରେ ଜଣେ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ :ମାର୍ଚ୍ଚ ୦୧: ୟୁକ୍ରେନ୍‌-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଆଜି ଷଷ୍ଠ ଦିନରେ ଦୁଇ ଦେଶର ବହୁ ସେନାଙ୍କ ସହିତ ସାଧାରଣ ନାଗରିକ ମୃତ ହୋଇଛନ୍ତି । ଏହା ସହିତ ମୃତୁ୍ୟସଂଖ୍ୟା ଦ୍ରୁତ ଗତିରେ ବଢିଚାଲୁଛି । ତେବେ ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତୁ୍ୟବରଣ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଋଷ ସେନାର ବୋମା ମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତୁ୍ୟବରଣ କରିଛନ୍ତି । ମୃତ ଛାତ୍ରର ନାମ ନବୀନ ବୋଲି ଜଣାପଡ଼ିଛି । ଖାରକିଭ୍‌ ସହରରେ ଏହି ଘଟଣା ହୋଇଛି ।

ଅନ୍ୟପକ୍ଷରେ, ୟୁକ୍ରେନ ଓ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ବି ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ୍‌ର ପଡ଼ୋଶୀ ଦେଶ ପୋଲାଣ୍ଡ ଓ ରୁମାନିଆ ଦେଇ ଭାରତ ସରକାର ଉଦ୍ଧାର କରୁଛନ୍ତି । ଏଥିପାଇଁ ଭାରତ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଓ ଜେନେରାଲ ଭିକେ ସିଂଙ୍କୁ ୟୁକ୍ରେନର କେତେକ ପଡ଼ୋଶୀ ଦେଶ ହଙ୍ଗେରୀ, ସ୍କୋଭାକିଆ, ମାଲଡୋଭା, ରୋମାନିଆ ଓ ପୋଲାଣ୍ଡକୁ ପଠାଇଛନ୍ତି ।

Govt

Comments are closed.