ପୂର୍ବ ପତ୍ନୀଙ୍କ ଜନ୍ମଦିନ ପାଳିଲେ ହ୍ରିତିକ, ଜାଣନ୍ତୁ କେଉଁଠି ଓ କିପରି ?

ସମୟ ଲାଇଭ,୩୧/୧୦: ଗତ ୨୬ ତାରିଖରେ ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ୍‍ ତାଙ୍କ ପୂର୍ବ ପତ୍ନୀ ସୁଜୈନଙ୍କ ଜନ୍ମଦିନ ପାଳିଛନ୍ତି। ଦୀପାବଳି ଅବସରରେ ସୁଜୈନ ଓ ତାଙ୍କ ପରିବାର ସହ ହ୍ରିତିକ ଗୋଆ ପହଞ୍ଚିଥିଲେ। ସେଠାରେ ସୋନାଲି ବେନ୍ଦ୍ରେ ଓ ଗାୟତ୍ରୀ ଓବରାୟଙ୍କ ପରିବାର ମଧ୍ୟ ପହଞ୍ଚିଥ ôଲେ। ୨୬ରେ ସୁଜୈନଙ୍କ ଜନ୍ମଦିନ ଖୁବ୍‍ ଧୂମ୍‍ଧାମ୍‍ରେ ପାଳନ କରିବା ସହ ୨୭ ତାରିଖରେ ସମସ୍ତେ ମିଳିମିଶି ଦୀପାବଳି ପାଳନ କରିଥିଲେ। ଏହି ଉତ୍ସବରେ ଜାୟଦ ଖାନ୍‍ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ପହଞ୍ଚିଥିଲେ। ସମଦେ୍‍ତ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହାର ଫଟୋ ସେୟାର କରିଛନ୍ତି।
ତେବେ ସୁଜୈନ-ହ୍ରିତିକ ୨୦୧୩ ମସିହାରୁ ଅଲଗା ରହୁଥିଲେ ମଧ୍ୟ ୨୦୧୪ରେ ଆଇନ ଅନୁଯାୟୀ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ନିଜ ସନ୍ତାନଙ୍କ ପାଇଁ ଏକାଠି ରହୁଥିବା ଉଭୟେ କହିଆସୁଥିଲେ ମଧ୍ୟ ଉଭୟଙ୍କର ପୁର୍ନବିବାହ ନେଇ ଅନେକ ଥର ଖବର ଆସିଛି। ସେହିପରି ହ୍ରିତିକଙ୍କ ପିତା ଏକଦା କହିଥିଲେ ମୋ ବୋହୁ ମୋ ପୁଅର ଓ ମୋର ଭଲ ବନ୍ଧୁ। ସେମାନେ ପୁଣି ଏକାଠି ହେବେ ଏଥିପାଇର୍ ସେମାନଙ୍କୁ କିଛି ସମୟ ଦରକାର ଅଟେ।

Launching Ceremony of “AYUSHMAN BHARAT

Comments are closed.