ଚଣ୍ଡୀଗଡ଼: ଫେବୃଆରୀ ୧୯: ପଞ୍ଜାବରେ ନିର୍ବାଚନୀ ପ୍ରଚାର ଶେଷ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫତେଗଡ଼ ସାହିବରେ ପ୍ରଚାର ନିମନ୍ତେ ଗ୍ରସ୍ତ କରିଥିଲେ । ସେଠାରେ ସେ ଏକ ସାଧାରଣ ଢ଼ାବାରେ ଜଳଖିଆ କରିଥିଲେ । ଜଳଖିଆରେ ସେ ପରାଠା, ଚଟଣୀ ସହିତ ଚାହା ପିଇଥିଲେ । ଏନେଇ ଏକ ଭିଡି ଏବେ ସୋସିଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।
ସୂଚନାଅନୁସାରେ, ଗୁରୁବାର ଦିନ ପଞ୍ଜାବ ସ୍ଥିତ ଫତେଗଡ଼ ସାହିବରେ ବାସି ପଠନାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବାର ରାହୁଲଙ୍କ କାର୍ଯ୍ୟକ୍ରମ ରହିଥିଲା । ଉଦ୍ବୋଧନସ୍ଥଳୀକୁ ଯିବା ବେଳେ ବର୍ଣ୍ଣାଲାଠାରେ ଥିବା ଏକ ଢ଼ାବା ବାହାରେ ରାହୁଲଙ୍କ ଗାଡ଼ି ଅଟକି ଥିଲା । ରାହୁଲଙ୍କ ସାଥିରେ ଥିବା ରାଜୀବ ଶୁକ୍ଲା ଏବଂ ହରିଶ ଚୌଧୁରୀଙ୍କ ସମେତ ବହୁ ନେତା ସେ ଢ଼ାବାକୁ ଯାଇ ସୁସ୍ୱାଦୁ ଚଟଣୀ ସହିତ ପରଠା ଲଗାଇ ଖାଇବା ପରେ ଚାହା ପାନ କରିଥିଲେ ।
ଅନ୍ୟପକ୍ଷରେ, ଅଟ୍ଟାରିରେ ରାଜ୍ୟ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ସହଯୋଗରେ ନିର୍ବାଚନ ପ୍ରଚାର ସମୟରେ ବାହାରି ଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ୍ ସିଂହ ଚନ୍ନୀ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧି କିଛି ବାଳକଙ୍କ ସହିତ ଫୁଟ୍ବଲ ଖେଳିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

Comments are closed.