ବେଙ୍ଗାଲୁରୁ: ଫେବୃଆରୀ: ୧୮: ହିଜାବ୍ ପିନ୍ଧି ସ୍କୁଲକୁ ନଆସିବା ଆଦେଶକୁ ବିରୋଧ କରି ମୁସଲିମ୍ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଜଣେ ଅଧ୍ୟାପିକା ଏହାକୁ ବିରୋଧ କରି ନିଜ ଚାକିରି ଛାଡ଼ି ଦେଇଛନ୍ତି । କଲେଜ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହିଜାବ୍ ଓହ୍ଲାଇବା ପାଇଁ କୁହାଯିବାରୁ ଆତ୍ମସମ୍ମାନକୁ ବାଧିଲା ବୋଲି କାରଣ ଦର୍ଶାଇ ଜଣେ ଇଂରାଜୀ ଅଧ୍ୟାପିକା ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେଇଥିବା ଅଧ୍ୟାପିକାଙ୍କ ନାମ ହେଉଛି ଚାନ୍ଦିନୀ । ସେ ତୁମାକୁରଠାରେ ଥିବା ଜେନ୍ ପିୟୁ କଲେଜର ଇଂରାଜୀ ଅଧ୍ୟାପିକା ଥିଲେ । ପ୍ରାୟ ୩ ବର୍ଷ ହେବ ସେ କଲେଜରେ ଚାକିରି କଲେଣି, ହେଲେ ଏ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ । କି;ୁ, ଗତକାଲି ପ୍ରଥମ ଥର ପାଇଁ ଅଧ୍ୟକ୍ଷ ତାଙ୍କୁ ଅଧ୍ୟାପନା ସମୟରେ ହିଜାବ୍ କିମ୍ବା ଧାର୍ମିକ ସଙ୍କେତ ପରିଧାନ କରିପାରିବ ନାହିଁ ବୋଲି କହିଥିଲେ । ଯାହା ତାଙ୍କ ଆତ୍ମସମ୍ମାନକୁ ଆଘାତ ଦେଇଛି ବୋଲି ଅଧ୍ୟାପିକା ଚାନ୍ଦିନୀ ସାମ୍ବାଦିକ ସାକ୍ଷାତକାରେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ କଲେଜର ଅଧ୍ୟକ୍ଷ କେ.ଟି. ମଞ୍ଜୁନାଥ କହିଛନ୍ତି ଯେ, ସେ କିମ୍ବା କଲେଜ ପରିଚାଳନାର କୌଣସି ସଦସ୍ୟ ତାଙ୍କୁ କେବେ ହିଜାବ୍ ଓହ୍ଲାଇବା କଥା କହିନାହାନ୍ତି ।
Comments are closed.