ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ

ଅହମଦାବାଦ: ଫେବୃଆରୀ ୧୮: ୨୦୦୮ରେ ଅହମଦାବାଦରେ ସଙ୍ଗଠିତ ହୋଇଥିବା ସିରିଏଲ୍‌ ବୋମା ବିସ୍ପୋରଣ ଘଟଣାରେ ଆଜି ଅହମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି କରିଛି । ଦୋଷୀ ସାବ୍ୟସ୍ତ ୪୯ଜଣଙ୍କ ମଧ୍ୟରୁ ଅଦାଲତ ୩୮ଜଣଙ୍କୁ ମୃତୁ୍ୟ ଦଣ୍ଡାଦେଶ ଦିଆଯାଇଛି ।
ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ

ବାକି ୧୧ଜଣଙ୍କୁ ମୃତୁ୍ୟ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି । ଅର୍ଥାତ ଆଜୀବନ କାରାଦଣ୍ଡ ଶୁଣାଯାଇଛି । ମୃତୁ୍ୟ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଦୋଷୀ ଉସ୍ମାନ୍‌ ଅଗରବତିବାଲାଙ୍କୁ ‘ଆର୍ମସ୍‌ ଆକ୍‌ଟ’ ଦ୍ୱାରା ଆଉ ୧ ବର୍ଷ କାରା ଦଣ୍ଡାଦେଶ ଓ ଅତିରିକ୍ତ ୨.୮୮ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏଥିସହ ଦୋଷୀ ସାବ୍ୟସ୍ତ ୪୮ଜଣଙ୍କ ଉପରେ ୨.୮୫ ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ
ଏହାସହିତ ରାୟ ଶୁଣାଇବା ସ୍ୱତନ୍ତ୍ର ଅଦାଲତର ବିଚାରପତି ଏ.ଆର୍‌. ପଟେଲ୍‌ ଉକ୍ତ ବିସ୍ପୋରଣରେ ମୃତୁ୍ୟ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୧ ଲକ୍ଷ ଟଙ୍କା, ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୨୫ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟଯେ, ୨୦୦୮ ଜୁଲାଇ ୨୬ରେ ଗୁଜରାଟର ଅହମଦାବାଦସ୍ଥିତ ୨୦ଟି ଜାଗାରେ ୨୧ଟି ବିସ୍ପୋରଣ ଘଟିଥିଲା । ୨୦୦୨ ଗୋଧ୍ରାକାଣ୍ଡର ପ୍ରତିଶୋଧ ନେବାକୁ ‘ଇଣ୍ଡିଆନ୍‌ ମୁଜାହିଦ୍ଦିନ’ ଏହି ବୋମା ବିସ୍ପୋରଣ କରିଥିଲା । ଆତଙ୍କବାଦୀମାନେ ଟିଫିନ୍‌ରେ ଏକ ବୋମା ରଖି ସାଇକେଲରେ ରଖିଦେଇଥିଲେ ।

ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ
ସରକାରୀ ହସ୍ପିଟାଲ, ମହାନଗର ନିଗମ ଦ୍ୱାରା ପରିଚାଳିତ ଏଲଜି ହସ୍ପିଟାଲ, ଗୋଟିଏ ବସ୍‌, ପାର୍କିଂରେ ଥିବା ସାଇକେଲ୍‌, କାର୍‌ ଓ ଅନ୍ୟ ସ୍ଥାନରେ ବିସ୍ପୋରଣ ଘଟିଥିଲା । ୭୦ ମିନିଟରେ ଘଟିଥିବା ଏହି ସିରିଏଲ୍‌ ବୋମା ବିସ୍ପୋରଣରେ ୫୬ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ
ବିସ୍ପୋରଣ ପାଇଁ ୨୩ଟି ବୋମା ରଖାଯାଇଥିଲା, ସେଥିରୁ ୨୧ଟି ବିସ୍ପୋରଣ ହୋଇଥିବାବେଳେ କାଲୋଲ ଓ ନାରୋଡ଼ାରେ ଥିବା ୨ଟି ବୋମା ଫୁଟି ନଥିଲା । ଏହି ବିସ୍ପୋରଣରେ ୭୮ ଜଣ ଅଭିଯୁକ୍ତ ଚିହ୍ନଟ କରାଯାଇଥିଲା । ହେଲେ ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଯାଇଥିଲେ ।
ଅହମଦାବାଦ ସିରିଏଲ୍‌ ବୋମା ବିସ୍ପୋରଣରେ ୩୮ ଜଣ ଦୋଷୀଙ୍କୁ ଫାଶୀ

ଫଳରେ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ୧୩ ବର୍ଷର ବିଚାର ମଧ୍ୟରେ ୧୧୬୩ ସାକ୍ଷୀଙ୍କ ବୟାନ୍‌ ରେକର୍ଡ କରାଯାଇଛି । ପୋଲିସ ଏବଂ ଆଇନ ଏଜେନ୍ସି ଗୁଡ଼ିକ ୬ ହଜାରରୁ ଅଧିକ ପ୍ରମାଣ ଉପସ୍ଥାପନ କରିଥିଲେ ।

Comments are closed.