ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌

ମୁମ୍ବାଇ: ଫେବୃଆରୀ ୧୭: ନିକଟରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂ ଚଡା ନିଜର ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ୩ ଖାନଙ୍କ ମଧ୍ୟରୁ ସବୁଠୁ ରାଗି ଖାନ୍‌ ଅର୍ଥାତ ହିଟ୍‌ ମେସିନ ଆମିର ଖାନ୍‌ ନିଜ ଅଭିନୀତ ପିଲ୍ମ ଲାଲ ସିଂ ଚଡାର ରିଲିଜ ଡେଟ ଘୁଞ୍ଚାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିର୍ଦ୍ଧାରିତ ଡେଟରେ ତେଲୁଗୁ ଷ୍ଟାର ୟାଶଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ ରିଲିଜ ହେବାକୁ ଯାଉଛି । ତେବେ ଏହାକୁ ନଜରରେ ରଖି ପ୍ରଡକ୍ସନ ହାଉସ ଏହି ଫିଲ୍ମକ ଡେଟ୍‌ ଏପ୍ରିଲ ୧୪ ପରିବର୍ତ୍ତେ ଅଗଷ୍ଟ ୧୧କୁ ବାଛିଛନ୍ତି । କିନ୍ତୁ ଏହି ଡେଟରେ ମଧ୍ୟ ଖାଲି ନାହିଁ ଥିଏଟର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ମଧ୍ୟ ସେମ୍‌ ଡେଟରେ ବଡ ପରଦାକୁ ଆସିବ । ତେବେ ଅକ୍ଷୟଙ୍କ ଫ୍ୟାନବେସ୍‌ ଲାଲ୍‌ ସିଂ ଚଡା ପାଇଁ ମଧ୍ୟ କଡା ଟକର ହେବ ବୋଲି ସିନେ ସମିକ୍ଷକମାନେ ମତ ଦେଉଛନ୍ତି । ତେବେ ଆଗ ପଛ ହୋଇ ଜନତାଙ୍କ ଆଗକୁ ଆସି ନିଜ ଭାଗ୍ୟ ପରଖୁଥିବା ଏହି ଫିଲ୍ମ ଗୁଡିକ କେତେ ଲୋକପ୍ରିୟ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା ।

Govt

Comments are closed.