ଭୁବନେଶ୍ୱର: ଫେବୃଆରୀ ୧୭: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ ବ୍ଲକ୍ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ। ମୋଟ୍ ୨୦,୪୩୬ ବୁଥ୍ରେ ଭୋଟଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍କୁ ଯାଇଛନ୍ତି ପୋଲିଂ ପାର୍ଟି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ପାଇଁ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି। କୋଟିଆ ପଞ୍ଚାୟତର ୧୩ଟି ବୁଥ୍ରେ ୫ ହଜାର ୭୯୦ ଭୋଟର୍ ମତଦାନ କରିବେ।
ଏପଟେ ପ୍ରଥମ ପର୍ଯ୍ୟାୟ ମତଦାନ ଭିତରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ତାସହ ବୁଥ କ୍ୟାପଚରିଂ ଏବଂ ବୁଥ୍ ରିଗିଂ ହୋଇଥିବା ସ୍ଥାନରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ସେହିପରି ଆଗକୁ ଶୃଙ୍ଖଳିତ ନିର୍ବାଚନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।
Comments are closed.