ମର୍ଡନ ମୁ୍ୟଜିକର ଜନକ କୁହାଯାଉଥିବା ବାପିଙ୍କ ଜନ୍ମ ୨୭ ନଭେମ୍ବର ୧୯୫୨ରେ ପଶ୍ଚିମବଙ୍ଗର ଜଲପାଇଗୁଡିରେ ହୋଇଥିଲା । ପିତାମାତା ତାଙ୍କ ନାମ ଆଲୋକେଶ ଲାହିରୀ ରଖିଥିଲେ । ହେଲେ ସିନେ ଦୁନିଆକୁ ଆସିବା ପରେ ତାଙ୍କ ନାମ ପରିବର୍ତ୍ତନ କରି ବାପି ରଖିଥିଲେ । ପିତା ଅପରେଶ ଲାହିରୀ ଏବଂ ମାତା ବଂଶୁରୀ ଲାହିରୀ ଉଭୟ ପ୍ରସିଦ୍ଧ ବଙ୍ଗାଳୀ ସଙ୍ଗୀତକାର ଥିଲେ ଏବଂ ବାପି ଥିଲେ ଏକମାତ୍ର ସନ୍ତାନ । କିଶୋର କୁମାର ତାଙ୍କର ସମ୍ପର୍କୀୟ ଥିଲେ ।

ପିତାମାତା ହିଁ ଥିଲେ ତାଙ୍କର ପ୍ରଥମ ଶିକ୍ଷକ । ସଙ୍ଗୀତ ପରିବାରରୁ ଜନ୍ମିତ ହୋଇଥିବାରୁ ମାତ୍ର ୩ ବର୍ଷରୁ ଆରମ୍ଭ ହୋଇଥିଲା ତବଲା ପ୍ରଶିକ୍ଷଣ । ଆଉ ୧୧ ବର୍ଷ ବୟସରେ ପ୍ରଥମ ମୁ୍ୟଜିକ କମ୍ପୋଜ୍ କରିଥିଲେ । ପିଲାଟିବେଳୁ ହିଁ ବାପି ଦା’ ସଙ୍ଗୀତ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଖ୍ୟାତି ଅର୍ଜନ କରିଥିବା ସ୍ୱପ୍ନ ଦେଖୁଥିଲେ । ତେଣୁ ୧୭ ବର୍ଷ ବୟସରେ ପହଞ୍ଚିବା ବେଳକୁ ସେ ନିଜ କ୍ୟାରିଅରର ଦିଗ ସ୍ଥିର କରିସାରିଥିଲେ । ପରେ ଦେଶର ପ୍ରଥମ ରକ୍ଷ୍ଟାର ଭାବେ ସାମ୍ନାକୁ ଆସିଥିଲେ ।
୫୦ ବର୍ଷର ମୁ୍ୟଜିକ କ୍ୟାରିଅର
ପାଞ୍ଚ ଦଶନ୍ଧି ଧରି ମୁ୍ୟଜିକ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ଗୋଲେïନ ମ୍ୟାନ ବାପି ଏପର୍ଯ୍ୟନ୍ତ ଭିନ୍ନ ଭାଷାରେ ପ୍ରାୟ ୫ ହଜାରରୁ ଅଧିକ ଗୀତ ଗାଇଛନ୍ତି । ହିନ୍ଦୀ, ବଙ୍ଗାଳି, ତାମିଲ, ତେଲୁଗୁ, ଗୁଜରାଟୀ, ମରାଠୀ, ପଞ୍ଜାବୀ ଏବଂ ଭୋଜପୁରୀ ସହ ଇଂରାଜୀ ଏବଂ ବାଙ୍ଗଲାଦେଶୀ ଗୀତକୁ ମଧ୍ୟ କମ୍ପୋଜ୍ କରିଛନ୍ତି । ୫୦୦ରୁ ଅଧିକ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି । ୧୯୭୩ର ‘ନନ୍ହା ଶିକାରୀ’ ଫିଲ୍ମରେ ସେ ପ୍ରଥମ ଥର ସଙ୍ଗୀତ ଦେଇଥିଲେ । ଏହାର ଦୁଇ ବର୍ଷ ପରେ ସେ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ସହ ‘ଜଖମୀ’ ଫିଲ୍ମରେ ଗୀତ ଗାଇଥିଲେ । ଏହି ଫିଲ୍ମରେ ‘ଆଓ ତୁମହେ ଚାନ୍ଦ ପେ ଲେ ଜାୟେ’ ଏବଂ ‘ଜଲତା ହୈ ଜିୟା ମେରା ଭିଗି ଭିଗି ରୋତା ମେଁ’ ପରି ଗୀତ ଖୁବ ଲୋକପ୍ରିୟ ହୋଇଥିଲା, କିନ୍ତୁ ‘ଜଖମୀ ଦିଲୋଁ କା ବଦଲା ଚୁକାନେ’ ଆଜି ବି ଗୀତରେ ବିଶିଷ୍ଟ ସ୍ଥାନ ରଖିଛି । ସେହିପରି ‘ଚଲେତ୍ ଚଲେତ୍’ ଫିଲ୍ମରେ କିଶୋର କୁମାରଙ୍କ କଣ୍ଠରେ ‘ଚଲେତ ଚଲେତ୍ ମେରେ ଗୀତ ୟାଦ୍ ରଖନା’ ଆଜି ବି ଶ୍ରୋତାଙ୍କ ମଧ୍ୟରେ ଜୀବିତ ରହିଛି ।

ଏହି ଦୁଇଟି ଫିଲ୍ମ ପରେ ବାପି ସଙ୍ଗୀତକାର ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ହେଲେ ୧୯୮୨ରେ ରିଲିଜ ଫିଲ୍ମ ‘ନମକ୍ ହଲାଲ୍’ରେ ଥିବା କିଶୋର କୁମାରଙ୍କ କଣ୍ଠ ଏବଂ ଅମିତାଭ ବଚ୍ଚନ ଅଭିନୀତ ‘ପଗ୍ ଘୁଙ୍ଘୁରୁ ବାନ୍ଧେ ମୀରା ନାଚି ଥି’ ଗୀତ ସେସମୟରେ ପ୍ରତିଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ଆଜି ବି ଏଇ ଗୀତକୁ ଶୁଣିଲେ ଆପେ ଆପେ ଶ୍ରୋତାମାନେ ଝୁମିଥାନ୍ତି । ଏହାର ପରବର୍ଷ ମୁକ୍ତିଲାଭ କରିଥିବା ମିଥୁନ ଚର୍କବର୍ତ୍ତୀଙ୍କ ଫିଲ୍ମ ‘ଡିସ୍କୋ ଡାନ୍ସର’ ଗୀତ ‘ଆଇ ଆମ୍ ଏ ଡିସ୍କୋ ଡାନ୍ସର’ ବାପିଙ୍କୁ ରାତାରାତି ଷ୍ଟାର କରିବା ସହ ‘ଡିସ୍କୋ କିଙ୍ଗ୍’ ଭାବେ ପ୍ରସିଦ୍ଧ କରିଥିଲା । କଳାଧଳା ପରଦାରୁ ଆରମ୍ଭ କରି ରଙ୍ଗୀନ ପରଦାରେ ମଧ୍ୟ ତାଙ୍କ ସଙ୍ଗୀତର ଯାଦୁ ଆଜି ବି ଜାରି ରହିଛି । ସେହିପରି ‘ଜୁବି ଜୁବି’, ‘ୟାଦ ଆ ରହା ହୈ ତେରା ପ୍ୟାର୍’, ‘ୟାର୍ ବିନା ଚୈନ୍ କହାଁ ରେ’, ‘ତମ୍ମା ତମ୍ମା ଲୋଗେ’, ‘ତାକି ଓ ତାକି’, ‘ଉ ଲା ଲା ଉ ଲା ଲା’ ଆଜି ବି ଲୋକ ଗୁଣୁଗୁଣାଉଛନ୍ତି । ଏହିପରି ଭାବେ ହିନ୍ଦୀ ଫିଲ୍ମରେ ଡିସ୍କୋ ମୁ୍ୟଜିକର ଟ୍ରେଣ୍ଡ୍ ବାପି ଦା’ ହିଁ ଆରମ୍ଭ କରିଥିଲେ । ତେବେ ୨୦୨୦ରେ ଫିଲ୍ମ ‘ବାଗି-୩’ରେ ‘ଭଂକାସ’ ତାଙ୍କ ଶେଷ ସଙ୍ଗୀତ ଥିଲା ।
ବିଶ୍ୱ ରେକର୍ଡର ଅଧିକାରୀ
ଏକ ରିପୋର୍ଟ ଅନୁଯାୟୀ ୧୯୮୬ରେ ସଙ୍ଗୀତକାର ବାପି ଲାହିରୀ ୩୩ଟି ଫିଲ୍ମରେ ୧୮୦ଟି ଗୀତ ଗାଇ ଗିନିଜ୍ ୱାଲïର୍ ରେକର୍ଡ କରିଥିଲେ । ଯେଉଁ ବର୍ଷ ସେ ‘ଆଇ ଆମ୍ ଏ ଡିସ୍କୋ ଡାନ୍ସର’ ଗୀତ ଗାଇ ଡିସ୍କୋ କିଙ୍ଗ୍ ଭାବେ ପରିଚିତ ହୋଇଥିଲେ । ଭାରତୀୟ ସଙ୍ଗୀତର ସେ ଏପରି ସଙ୍ଗୀତକାର ଥିଲେ, ଯିଏ କିଙ୍ଗ୍ ଅଫ୍ ପପ୍ ମାଇକେଲ୍ ଜ୍ୟାକସନଙ୍କୁ ମୁମ୍ବାଇକୁ ୧୯୯୬ରେ ଲାଇଭ୍ ଶୋରେ ଡାକିଥିଲେ ।

ସଙ୍ଗୀତ ପ୍ରତି ରୁଚି ଏବଂ ଯୋଗଦାନ ଯୋଗୁଁ ତାଙ୍କୁ ଫିଲ୍ମଫେୟାର ପକ୍ଷରୁ ଲାଇଫ୍ ଟାଇମ ଆଚିଭମେଣ୍ଟ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହାସହ ପାଇଛନ୍ତି ଅନେକ ସମ୍ମାନ ।

ବିଦେଶରେ ବି କ୍ରେଜ୍
ବାପି ଦା’ଙ୍କ ସଙ୍ଗୀତର ପ୍ରେମରେ କେବଳ ଭାରତୀୟ ପାଗଳ ନଥିଲେ ବରଂ ବିଦେଶୀଙ୍କ ମଧ୍ୟ ଆକୃଷ୍ଟ କରୁଥିଲା । ତାଙ୍କର ଗୀତକୁ ହଲିଉଡ୍ରେ ବହୁବାର ବ୍ୟବହାର କରାଯାଇଛି । ଗୀତର ଧୁମ୍ ଦକ୍ଷିଣ ଏବଂ ମଧ୍ୟ ଏସିଆ, ଆଫ୍ରିକା, ମିଡଲ୍ ଇଷ୍ଟ୍, ଇଷ୍ଟ୍ ଏସିଆ, ତୁର୍କୀ ଏବଂ ସୋଭିଏତ ସଂଘ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ୧୯୮୧ରେ ଆସିଥିବା ଗୀତ ‘କଲିୟୋଁ କା ଚମନ୍’ ଆମେରିକାନ୍ ଟପ୍ ୪୦ରେ ସାମିଲ ହୋଇଥିଲା । ସେହିପରି ‘ଜିମ୍ମି ଜିମ୍ମି’ ଗୀତ ଋଷରେ ବହୁତ ପପୁଲାର ହୋଇଥିଲା । ଏହି ଗୀତକୁ ୨୦୦୮ର ହଲିଉଡ୍ ଫିଲ୍ମ ‘ୟୁ ଡୋଣ୍ଟ୍ ମେସ୍ ୱିଥ୍ ଦ ୟୋହାନ’ରେ ନିଆଯାଇଥିଲା ।
ରାଜନୀତି
ସଙ୍ଗୀତ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବା ପରେ ମେଲୋଡି କିଙ୍ଗ୍ ବାପି ଲାହିରୀ ରୀଜନୀତି ପ୍ରତି ମଧ୍ୟ ରୁଚି ରଖିଥିଲେ । ଏପରି ଏକ ସମୟ ଆସିଥିଲା, ଯେବେ ସେ ରାଜନୀତି କରିବାରୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ୨୦୦୪ରେ ପ୍ରଥମ ଥର କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ବିଜେପି ଆଡ଼କୁ ଢଳି ଥିଲେ । ୨୦୧୪ରେ ବିଜେପିରେ ଯୋଗଦେବା ପରେ ପଶ୍ଚିମବଙ୍ଗର ଶ୍ରୀରାମପୁର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ରାଜନୀତିରେ ସେ ସଫଳ ହୋଇପାରିନଥିଲେ ।
ସୁନାର ସଉକ

ମର୍ଡନ ମୁ୍ୟଜିକର ଜନକ ବାପିଙ୍କ ସ୍ୱରରେ ଯେମିତି ଭାରିପଣ ଭରି ରହିଥିଲା, ସେହିପରି ତାଙ୍କ ଶରୀରରେ ମୋଟା ଏବଂ ଭାରି ସୁନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ବେକରେ ମୋଟା ସୁନା ଚେନ୍ ଏବଂ ଆଙ୍ଗୁଠିରେ ବଡ଼ ବଡ଼ ମୁଦି ତାଙ୍କୁ ଇଣ୍ଡିଆର ‘ଗୋଲେïନ ମ୍ୟାନ୍’ର ନାମ ଦେଇଥିଲା । ଆମେରିକୀୟ ରକ୍ଷ୍ଟାର ଏଲଭିସ୍ ପ୍ରେସଲୀଙ୍କ ବଡ଼ ଫ୍ୟାନ ଥିଲେ ବାପି ଦା’ । ତେଣୁ ପ୍ରେସଲୀଙ୍କ ପରି ସବୁବେଳେ ଗୋଲï ଚେନ୍ ପିନ୍ଧୁଥିଲେ ।

ରିପୋର୍ଟ ଅନୁସାରେ ୨୦୧୪ରେ ବªିଙ୍କା ପାଖରେ ୭୫୪ ଗ୍ରାମର ସୁନା ରହିଛି, ଯାହାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ । ସୁନା ସହ ୪କିଲୋର ରୁପା ଏବଂ ୪ ଲକ୍ଷ ଟଙ୍କାର ହୀରା ମଧ୍ୟ ରହିଛି । ତେବେ ତାଙ୍କୁ ଏତେ ମାତ୍ରାରେ ସୁନା ପସନ୍ଦ ଯେ ସେ ନିଜ ଘରେ ହିଟ୍ ଗୀତଗୁଡ଼ିକ ଗୋଲï ପ୍ଲେଟେଡ୍ ଡିସ୍କ ଲଗାଇଥିଲେ । ତାଙ୍କ ସ୍ତ୍ରୀ ଚିତ୍ରାନୀ ଲାହିରୀ ମଧ୍ୟ ସୁନା ଏବଂ ହୀରାର ସଉକ ରଖିଛନ୍ତି । ୨୦୨୧ରେ ଧନତେରସ ଅବସରରେ ସ୍ତ୍ରୀ ଚିତ୍ରାନୀ ତାଙ୍କୁ ସୁନାର ଚା’ ସେଟ୍ ଗିଫଫ ଦେଇଥିଲେ । ସୁନାକୁ ନେଇ ବªି ଥରେ କହିଥିଲେ, ‘ଗୋଲï ଇଜ୍ ମାଇଁ ଗଡ୍’ ଅର୍ଥାତ୍ ‘ସୁନା ମୋର ଭଗବାନ’ ।
ସଙ୍ଗୀତର ପରିବାର
ସଙ୍ଗୀତ ପ୍ରତି ବାପି ଲାହିରୀଙ୍କ ଅହେତୁକ ପ୍ରେମ ତାଙ୍କୁ ମାତାପିତାଠାରୁ ହିଁ ମିଳିଛି । ତାଙ୍କ ମାତାପିତା ପଶ୍ଚିମବଙ୍ଗର ପ୍ରସିଦ୍ଧ ସଙ୍ଗୀତକାର ଥିଲେ । କିଶୋର କୁମାର ତାଙ୍କ ସମ୍ପର୍କୀୟ ଥିଲେ । ମୁ୍ୟଜିକ ୱାଲïର୍ରେ ସଫଳତା ହାସଲ କରିବାରେ କିଶୋର କୁମାରଙ୍କ ବହୁତ ସାହାଯ୍ୟ କରିଛନ୍ତି ।

୨୪ ଜାନୁଆରୀ ୧୯୭୭ରେ ବାପି ଚିତ୍ରାନୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଏବଂ ଉଭୟ ହିଁ ସଙ୍ଗୀତ ସହିତ ଜଡ଼ିତ ଅଛନ୍ତି । ବªିଙ୍କ ଝିଅ ରୀମା ଜଣେ ମୁ୍ୟଜିସିଆନ ଏବଂ ପୁଅ ବªା ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ । କେବଳ ସେତିକି ନୁହେଁ ବାପି ଙ୍କ ନାତି ସ୍ୱସ୍ତିକ ଭସଂଲ ମଧ୍ୟ ଜଣେ ର୍ୟାପର୍ । ପ୍ରଶଂସକଙ୍କ ମଧ୍ୟରେ ସ୍ୱସ୍ତିକ ରେଗୋ ବି ନାମରେ ଜଣାଶୁଣା ।

Comments are closed.