ସାମଗ୍ରୀ: ଛେନା ପ୍ରସ୍ତୁତ କରିବା ପାଇଁ କ୍ଷୀର, ଭିନେଗାର ବା ଲେମ୍ବୁ ରସ, ମଇଦା, ଚିନି ଗୁଣ୍ଡ, ଅଳ୍ପ ବେକିଂ ସୋଡା, ଗୁଜୁରାତି, ରସାବଳୀ କ୍ଷୀର କରିବା ପାଇଁ ଫୁଲ୍ ଫ୍ୟାଟ୍ କ୍ଷୀର ଓ ରିଫାଇନ୍ ତେଲ
ପ୍ରଣାଳୀ:
ପ୍ରଥମେ ଛେନା ପ୍ରସ୍ତୁତ କରିବା ପାଇଁ କ୍ଷୀରକୁ ଭଲଭାବରେ ଫୁଟାଇ ସେଥିରେ ଭିନେଗାର ବା ଲେମ୍ବୁରସ ମିଶାଇ ଫୁଟାନ୍ତୁ ।

କ୍ଷୀର ଫୁଟି ଛେନା ଓ ପାଣି ଅଲଗା ହୋଇଗଲା ପରେ, ତାହାକୁ ଏକ ସଫା କପଡ଼ାରେ ଛାଣି ପାଣିରେ ଧୋଇ ଦିଅନ୍ତୁ । କାରଣ ଭିନେଗାର ବା ଲେମ୍ବୁର ସ୍ୱାଦ ଛେନାରେ ରହିଲେ,

ତାହା ଖଟା ଲାଗିଥାଏ । ଏହାପରେ ସେହି ଛେନାରେ ଅଳ୍ପ ମଇଦା ଓ ବାସ୍ନା ପାଇଁ ଗୁଜୁରାତି ଗୁଣ୍ଡ ମିଶାଇ ଭଲ ଭାବରେ ହାତ ପାପୁଲି ସାହାଯ୍ୟରେ ମଳନ୍ତୁ ।

ଛେନାରେ ମଇଦା ମିଶି ଚିକଣ ହୋଇଗଲା ପରେ, ସେଥିରେ ଖୁବ୍ କମ ମାତ୍ରାରେ ବେକିଂ ସୋଡା ମିଶାଇ ପୁଣି ମଳନ୍ତୁ ।

ଏହାପରେ ସେହି ଛେନା ଚକଡ଼ାକୁ ଗୋଲ ଗୋଲ ଆକାର କରି ପାପୁଲି ସାହାଯ୍ୟରେ ଚାପି ‘ଆଳୁ ଟିକା’ ଭଳି ରୂପ ଦିଅନ୍ତୁ ଏବଂ ତାହାକୁ ଛାଣିନ୍ତୁ ।

ଛାଣିବା ସମୟରେ ତେଲକୁ ବେଶି ଗରମ କରିବେ ନାହିଁ, ନହେଲେ ଛେନା ପୋଡ଼ିଯିବ ।

ଅଳ୍ପ ଆଞ୍ଚରେ ତାହାକୁ ଛାଣିବେ ।
ରସାବଳୀର କ୍ଷୀର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରକୁ ଭଲ ଭାବରେ ଗରମ କରି ସେଥିରେ ଫୁଲ୍ ଫ୍ୟାଟ୍ କ୍ଷୀର ପକାଇ ଫୁଟାନ୍ତୁ । କ୍ଷୀର ଫୁଟି ଅଧା ହୋଇଗଲେ ବା ଅଳ୍ପ ବହଳିଆ ଦେଖାଗଲେ, ସେଥିରେ ଚିନି ଓ ବାସ୍ନା ପାଇଁ ଗୁଜୁରାତି ପକାଇ ପୁଣି ଫୁଟାନ୍ତୁ ।

ଏହା ଫୁଟିସାରିଲା ପରେ ଗ୍ୟାସକୁ ବନ୍ଦ କରି କ୍ଷୀରରେ ଛଣାଯାଇଥିବା ଛେନାକୁ ପକାଇ ଢ଼ାଙ୍କୁଣି ଘୋଡ଼ାଇ ଦେବେ । ଗରମ ଗମର କ୍ଷୀରରେ ଛେନା ପଡ଼ି ଛୋନ ଫୁଲିବା ସହିତ ନରମ ହୋଇଥାଏ । ଏହାପରେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ରସାବଳୀ ।

Comments are closed.