ନିଜ ପୈତୃକ ଘର ବିକ୍ରି କଲେ ସୁପରଷ୍ଟାର ଅମିତାଭ

ନୂଆଦିଲ୍ଲୀ: ଫେବୃଆରୀ ୦୩: ବଲିଉଡ୍‌ ସୁପର୍‌ଷ୍ଟାର ଅମିତାଭ ବଚ୍ଚନ ଦକ୍ଷିଣ ଦିଲ୍ଲୀ ସ୍ଥିତ ଗୁଲ୍‌ମୋହଲ ପାର୍କରେ ଥିବା ପୈତୃକ ଘର ‘ସୋପାନ’କୁ ବିକ୍ରି କରିଛନ୍ତି । ତେବେ ସୋପାନ ୨୩ କୋଟି ଟଙ୍କାରେ ବିକ୍ରି ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଅମିତାଭଙ୍କ ବାସଭବନ ସୋପାନକୁ ‘ନେଜୋନ୍‌ ଗ୍ରୁପ୍‌ ଅଫ୍‌ କମ୍ପାନି’ର ସିଇଓ କିଣିଛନ୍ତି । ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ପରିଚୟ ରହିଛି ।

ନିଜ ପୈତୃକ ଘର ବିକ୍ରି କଲେ ସୁପରଷ୍ଟାର ଅମିତାଭ
ସୂଚନା ଥାଉଯେ, ଅମିତାଭଙ୍କ ପିତା ତଥା କବି ହରିବଂଶ ରାୟ ବଚ୍ଚନ ଏବଂ ମାତା ତେଜି ବଚ୍ଚନ ସେହି ଘରେ ରହୁଥିଲେ । ସେହି ଘରେ ହରିବଂଶ ରାୟ ବଚ୍ଚନ ଅନେକ କବିତା ପାଠ ଆସର ଆୟୋଜନ କରୁଥିଲେ । ଦୁଇ ତାଲାବିଶିଷ୍ଟ ସୋପାନ ତେଜି ବଚ୍ଚନଙ୍କ ନାମରେ ରେଜିଷ୍ଟ୍ରି ହୋଇଥିଲା ।

Comments are closed.