ଆବଶ୍ୟକୀୟ ସାମଗ୍ରୀ: ମୁଗ, ନଡ଼ିଆ କୋରା, ଚିନି, କ୍ଷୀର, ଗୁଜରାତି, ସ୍ୱାଦ ଅନୁଯାୟୀ ଅଳ୍ପ ଲୁଣ, ରିଫାଇନ୍ ତେଲ ଏବଂ ଘିଅ
ପ୍ରଣାଳୀ: ପ୍ରଥମେ ମୁଗକୁ ଭଲ ଭାବରେ ଧୋଇ ପାଣିରେ ବତୁରାଇ ଦିଅନ୍ତୁ । ପ୍ରାୟ ୪ରୁ ୫ ଘଣ୍ଟା ମୁଗ ପାଣିରେ ବତୁରିବା ପରେ ତାହାକୁ ଚିକ୍ଣ ଭାବେ ବାଟି ଦିଅନ୍ତୁ ବା ଗ୍ରାଇଣ୍ଡିଂ କରି ଦିଅନ୍ତୁ ।

ଏବେ ଏକ କଢ଼େଇରେ କ୍ଷୀର ଫୁଟାଇ ସେଥିରେ ଦୁଇ ଚାମଚ ଘିଅ, ଗୁଜୁରାତି ଗୁîଣ୍ଡ, ନଡ଼ିଆ କୋରା ଓ ଚିନି ପକାଇ ଭଲ ଭାବରେ ଫୁଟାନ୍ତୁ । ଏହାପରେ ସେଥିରେ ମୁଗ ବଟା ଦେଇ ଧୀରେ ଧୀରେ ଗୋଲାନ୍ତୁ । ଗୋଳାଇବା ସମୟରେ ସ୍ୱାଦ ଅନୁସାରେ ଅଳ୍ପ ଲୁଣ ପକାନ୍ତୁ ।

୧୦ରୁ ୧୫ ମିନିଟ୍ ଏହାକୁ ଗୋଳାଇ ଗୋଳାଇ ରାନ୍ଧିଲା ପରେ ମୁଗ ବଟା କ୍ଷୀରରେ ଭଲ ଭାବରେ ମିଶି ବହଳିଆ ବା ଅଟା ଚକଟା ଭଳି ଦେଖାଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ଏକ ଥାଳିରେ ତେଲ ବା ଘିଅ ଲଗାଇ ସେହି ବହଳିଆ ଚକଟାକୁ ଢ଼ାଳି ହାତରେ କିମ୍ବା ଚାମଚରେ ଥାପି ଥାପି ସମାନ କରନ୍ତୁ ।

ସମାନ କରିସାରିଲା ପରେ ଏହାକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ । ଥଣ୍ଡା ହୋଇଗଲା ପରେ ତାହାକୁ ଛୋଟ ଛୋଟ ଚାରିକୋଣିଆ ଆକାରରେ କାଟି ଦିଅନ୍ତୁ ।

ଏହାପରେ ଅନ୍ୟ ଏକ କଢ଼େଇରେ ରିଫାଇନ୍ ତେଲ ଗରମ କରି ସେଥିରେ ଚାରିକୋଣିଆ ଆକାରରେ କଟାଯାଇଥିବା ସେହି ମୁଗକୁ ଛାଣନ୍ତୁ ।
ମନେ ରଖିବେ ଛାଣିବା ସମୟରେ ଗ୍ୟାସ୍ର ଆଞ୍ଚକୁ ଧିମା କରନ୍ତୁ ନହେଲେ ଚନ୍ଦ୍ରକାନ୍ତି ପୋଡ଼ି ଯାଇଥାଏ ।

ଏହା ଭଲ ଭାବରେ ଛାଣି ହୋଇ ଗୋଲ୍ଡେନ ରଙ୍ଗ ହୋଇଗଲେ ତାହାକୁ ବାହାର କରି ପରିଜନଙ୍କ ଆଗରେ ପରଷନ୍ତୁ ।


Comments are closed.