୪ ବରିଷ୍ଠ ଓକିଲଙ୍କୁ ହାଇକୋର୍ଟର ବିଚାରପିତ ଭାବେ ପଦୋନ୍ନତି

କଟକ: ଜାନୁଆରୀ ୩୧ : ୪ ଜଣ ବରିଷ୍ଠ ଓକିଲଙ୍କୁ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଉକ୍ତ ପ୍ରସ୍ତାବ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ତରଫରୁ ଅନୁମୋଦନ କରାଯାଇଛି । ସେହି ବରିଷ୍ଠ ଓକିଲମାନେ ହେଲେ, ଓକିଲ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଏବଂ ରମନ୍‌ ମୁରାହରି ଓରଫ୍‌ ଏମ୍‌.ଏସ୍‌. ରମନ୍‌ । ଏନେଇ ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସୂଚନା ଥାଉଯେ , ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟବିଚାରପତିଙ୍କୁ ମିଶାଇ ୧୮ ଜଣ ବିଚାରପତି ରହିଛନ୍ତି । ଏହି ନୂତନ ନିଯୁକ୍ତି ପ୍ରସ୍ତାବ କାର୍ଯ୍ୟକାରୀ ହେବାପରେ ଓଡ଼ିଶା ହାଇକୋର୍ଟର ସମୁଦାୟ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।

Govt

Comments are closed.