ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ, ଏହି ଖାସ୍ ଅବସରରେ ଆପଣ ବି ଟ୍ରାଇକଲର୍ ଫ୍ୟାଶନ ଆପଣାଇ ଖାସ୍ ଲୁକ୍ ପାଇପାରିବେ । ଆଜିକାଲି ମାର୍କେଟରେ ତ୍ରିରଙ୍ଗା ରଙ୍ଗର ବିଭିନ୍ନ ପ୍ରକାର ଆଉଟ୍ଫିଟ୍ ଏବଂ ଆସେସୋରିଜ୍ ମିଳୁଛି ।
ଶାଢୀ, ଚୁଡିଦାର, ସାଲାୱର ଏବଂ ଟିସାର୍ଟରେ ଟାଇକଲର୍ ଡିଜାଇନ ଉପଲବ୍ଧ । ଆପଣ କୁର୍ତ୍ତୀ ଯଦି ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ଧଳା ରଙ୍ଗର କୁର୍ତ୍ତୀ ସହ ସବୁଜ ରଙ୍ଗର ଲେଗିନ୍ସ ଏବଂ କମଳା ରଙ୍ଗର ଓଢଣୀ ପେୟାର ଅପ୍ କରିପାରିବେ ।
ନଚେତ୍ ତିନୋଟି ରଙ୍ଗର ମିଶ୍ରଣ ଶାଢୀ ମଧ୍ୟ ପିନ୍ଧିପାରିବେ । ଏହାସହ ମ୍ୟାଚିଂ ଟ୍ରାଇକଲର୍ ଚୁଡି, ଇୟର ରିଙ୍ଗ୍ସ ଏବଂ ନେକଲେସ୍ ଆଡ୍ କରନ୍ତୁ ।
ଦେଖିବେ ଆପଣ ସମସ୍ତଙ୍କଠୁ ଭିନ୍ନ ଦେଖାଯିବେ । ଏହା ବ୍ୟତୀତ ଆଜିକାଲି ଟ୍ରାଇକଲର୍ ନେଲ୍ ଆର୍ଟ ଫ୍ୟାଶନ ଟ୍ରେଣ୍ଡ୍ ପାଲଟିଛି ।
ଆପଣ ବି ଏପରି ନେଲ୍ଆର୍ଟ କରିପାରିବେ । ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ଧଳା କୁର୍ତ୍ତା ସହ ସବୁଜ କିମ୍ବା କମଳା ରଙ୍ଗର ହାଫ୍ ଜ୍ୟାକେଟ୍ ପିନ୍ଧିପାରିବେ ।

Comments are closed.