‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଧାରାବାହିକ ତଥା ଫିଲ୍ମ ପ୍ରଯୋଜିକା ଏକତା କପୁରଙ୍କ ଆଗାମୀ ହିନ୍ଦୀ ଧାରାବାହିକ ‘ନାଗୀନ୍‌ ୬’କୁ ନେଇ ଏବେ ଜୋର୍‌ ଚର୍ଚ୍ଚା ଚାଲିଛି । ଏହି ଲୋକପ୍ରିୟ ଧାରାବାହିକର ନାୟିକା ଭୂମିକାରେ କେଉଁ ଅଭିନେତ୍ରୀଙ୍କୁ ସାଇନ୍‌ କରାଯିବ, ସେ ନେଇ ଏବେ ବିଭିନ୍ନ ଖବର ଶୁଣିବାକୁ ମିଳିଛି । ଏହାରି ଭିତରେ ଧାରାବାହିକର ପ୍ରମୋ ପ୍ରସାରିତ ହୋଇଛି ଏବଂ ପ୍ରମୋର ଥିମ୍‌କୁ ମହାମାରୀ କରୋନା ସହିତ ତୁଳନା କରାଯାଇଛି ।

ମାହିରା ଶର୍ମା

‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା
ବିଗ୍‌ବସର ପୂର୍ବତନ ଖେଳାଳୀ ଅଭିନେତ୍ରୀ ମାହିରା ଶର୍ମାଙ୍କ ନାମ ଏହାରି ମଧ୍ୟରେ ଉଠିଛି । ଖବର ଅନୁସାରେ,ଏକତା ମାହିରାଙ୍କୁ ଏହି ଧାରାବାହିକର ନାୟିକା ଚରିତ୍ରରେ ମନୋନୀତ କରିଛନ୍ତି । ପୂର୍ବରୁ ମାହିରା ନାଗୀନ-୩ରେ ଏକ ଡାହାଣୀ ଚରିତ୍ର ଜାମିନୀ ନାମରେ ଅଭିନୟ କରିସାରିଛନ୍ତି । ସେଥିରେ ତାଙ୍କ ଚରିତ୍ର ବହୁତ ଛୋଟ ରହିଥିଲା, ହେଲେ ଦମ୍‌ଦାର ଅଭିନୟକ ଯୋଗୁଁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଥିଲା ।

ରୁବିନା ଦିଲେକ
‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା
ନାଗୀନ୍‌ ୬ ଧାରାବାହିକର ମୁଖ୍ୟ ନାୟିକା ରୋଲ୍‌ ଲୋକପ୍ରିୟ ହିନ୍ଦୀ ଧାରାବାହିକ ଅଭିନେତ୍ରୀ ରୁବିନା ଦିଲେକଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ରୁବିନାଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଉତ୍ସାହିତ ରହିଛନ୍ତି । ରୁବିନାଙ୍କ ଲୋକପ୍ରିୟତା ଏବଂ ପ୍ରଶଂସକଙ୍କ ସଂଖ୍ୟା ଦେଖି ତାଙ୍କୁ ନାୟିକା ଭୂମିକାରେ ରଖିଲେ, ଧାରାବାହିକ ଅଧିକ ହିଟ୍‌ ହେବ ବୋଲି କଲର୍ସ ଟିଭିର କ୍ରୁ ମେମ୍ବର କହିଛନ୍ତି ।

ମହକ ଚହଲ

‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା
ବିଗ୍‌ବସ ୧୫ରେ ଏକତା ନିଜ ଧାରାବାହିକ ନାଗୀନ୍‌ର ପ୍ରଚାର କରିବାକୁ ଆସିଥିଲେ । ସେଠାରେ ସେ ଆଗାମୀ ନାଗୀନ୍‌ ଧାରାବାହିକରେ ‘ଏମ୍‌’ ଅକ୍ଷରରେ ନାମ ଥିବା ନାୟିକାଙ୍କୁ ନେବେ ବୋଲି କହିଥିଲେ । ସେହି ସମୟରେ ବିଗ୍‌ବସ ଘରେ ‘ଏମ୍‌’ ଅକ୍ଷର ନାମଥିବା ଖେଳାଳୀ ମହକଙ୍କ ନାମ ଉଠିଥିଲା । ହେଲେ ଏପର୍ଯ୍ୟନ୍ତ ଏହାର ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ନାୟିକାଙ୍କ ପରି ଧାରାବାହିକର ନାୟକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏଥିରେ ଅଭିନେତା ସାହିର ଶେଖ ଏବଂ ଇଶାନ ସହଗଲଖଙ୍କ ନାମ ଉଠିଛି । ସିଦ୍ଧାର୍ଥ କୁମାର ତିୱାରାଙ୍କ ପ୍ରଯୋଜିତ ଲୋକପ୍ରିୟ ଧାରାବାହିତ ‘ମହାଭାରତ’ରେ ଅଭିନେତା ସାହିର ଭଗବାନ ଅର୍ଜୁନଙ୍କ ଚରିତ୍ରରେ ଅଭିନୟ କରିଥଲେ ।
‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା

ଯାହା ୨୦୧୩ରେ ମୁକ୍ତଲାଭ କରିଥିଲା । ଏଥିରେ ସାହିରଙ୍କ ଚମତ୍କାର ଅଭିନୟରେ ମୁU ହୋଇ କେବଳ ଭାରତରେ ନୁîହେଁ ବିଦେଶରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ସଂଖ୍ୟା ବଢ଼ିଥିଲା ।

ଅନ୍ୟଏକ ଖବର ଅନୁସାରେ, ବିଗ୍‌ବସର ପୂର୍ବତନ ଖେଳାଳୀ ତଥା ମଡେଲ ଇଶାନ ସେହଗଲଙ୍କ ନାମକୁ ନାଗୀନ୍‌ ୬ ପାଇଁ ଫିକ୍‌ସ କରାଯାଇଛି ।
‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା
ଏଥିରେ ସେ ନାୟକ କି ଖଳନାୟକଙ୍କ ଭୂମିକାରେ ରହିବେ, ତାହାର ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

Govt

Comments are closed.