ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ଏହି ସଂଗ୍ରାମୀ ଜଣଙ୍କ ଜନ୍ମ କଟକରେ ହୋଇଥିଲା । ପ୍ରତିବର୍ଷ ୨୩ ଜାନୁଆରୀରେ ‘ଜୟ ହିନ୍ଦ’ର ସ୍ଲୋଗାନ ଦେଇଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ । ନେତାଜୀଙ୍କ ଜନ୍ମଦିନକୁ ମଧ୍ୟ ‘ପରାକ୍ରମ ଦିବସ’ ରୂପେ ପାଳନ କରାଯାଏ ।
ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ

ନେତାଜୀ ଜଣେ ଭଲ ନେତା ତଥା ଜଣେ ମହାନ ଲେଖକ ମଧ୍ୟ ଥିଲେ । ତାଙ୍କର ବୀରତ୍ୱର କଥା ଏବଂ ସେ ଜୀବନରେ ବିତାଇଥିବା ସମୟକୁ ସେ ଲେଖିଯାଇଛନ୍ତି ।

‘ଦ ଇଣ୍ଡିଆନ୍‌ ଷ୍ଟ୍ରଗଲ୍‌’ ପୁସ୍ତକ-

ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁସ୍ତକ ‘ ଦ ଇଣ୍ଡିଆନ୍‌ ଷ୍ଟ୍ରଗଲ୍‌’ରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ବର୍ଣ୍ଣିତ । ୧୯୯୮ ମସିହାରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଥିଲା । ଭାରତୀୟ ସେନା ଏବଂ ବୀର ଭାରତୀୟ ଲୋକଙ୍କ କାହାଣୀ ଏଥିରେ ଦର୍ଶାଯାଇଛି । ସେମାନେ କିପରି ନିଜ ଦେଶକୁ ବି୍ରଟିଶ୍‌ଙ୍କ କବଳରୁ ମୁକ୍ତ କରିବାକୁ ଯାଇ ନିଜ ଜୀବନକୁ ସମର୍ପିତ କରିଥିଲେ , ତାହାର ସବିଶେଷ ବର୍ଣ୍ଣନା ଏହି ପୁସ୍ତକରେ ରହିଛି ।

‘ଆନ୍‌ ଇଣ୍ଡିଆନ୍‌ ପିଲଗ୍ରାମ୍‌’ ପୁସ୍ତକ-

ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ
ଏହି ପୁସ୍ତକରେ ନେତାଜୀଙ୍କ ଆତ୍ମକଥା ରହିଛି । ନେତାଜୀ ୟୁରୋପ ଗସ୍ତ ସମୟରେ ୧୯୩୭ ମସିହାରେ ଏହି ପୁସ୍ତକ ଲେଖିଥିଲେ । ଏଥିରେ ତାଙ୍କ ସ୍ୱପ୍ନ ଭାରତକୁ ସ୍ୱାଧୀନ କରିବା ଏବଂ ତାଙ୍କ ନିର୍ଭିକତା କାର୍ଯ୍ୟ ବିଷୟରେ ଉଲ୍ଲେଖ ରହିଛି ।

‘ଆଜାଦ୍‌ ହିନ୍ଦ’ ପୁସ୍ତକ-

ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ
ଏହି ପୁସ୍ତକ ହେଉଛି ନେତାଜୀଙ୍କ ଚିଠି ଏବଂ ଭାଷଣର ସଂକଳନ । ସେ ନିଜ ଭାଷଣରେ କିପରି ଲୋକଙ୍କୁ ଉଦ୍‌ବୋଧିତ କରାଉଥିଲେ, ତାହା ଉପରେ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ଆଜିର ଯୁବପିଢ଼ି ପଢ଼ି ପ୍ରେରିଣା ପାଇଥାନ୍ତି ।

‘ଦିଲ୍ଲୀ ଚଲୋ ’ ପୁସ୍ତକ-

ନେତାଜୀଙ୍କ ଜୟନ୍ତୀ ଅବସରରେ : ବାସ୍ତବ କାହାଣୀରେ ଭରା ନେତାଜୀଙ୍କ ପୁସ୍ତକ
ଏହି ପୁସ୍ତକ ସୁଭାଷ ଚନ୍ଦ୍ର ବୋଷଙ୍କ ଲେଖା ଏବଂ ବକ୍ତବ୍ୟର ଏକ ସଂଗ୍ରହ ଅଟେ ।
ଏହା ବ୍ୟତୀତ ଅନେକ ଲେଖକ ନେତାଜୀଙ୍କ ଜୀବନୀ ଏବଂ ବୀର କଥା ଉପରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି ।

Govt

Comments are closed.