ଉତ୍ତରପ୍ରଦେଶ: ଜାନୁଆରୀ ୧୮: ୟୁପି ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୈତିକ ଦଳ ମଧ୍ୟରେ କସରତ ଚାଲିଲାଣି । ଭୋଟରଙ୍କୁ ଆକର୍ଷିକ କରିବା ପାଇଁ ବିଭିନ୍ନ ଦଳ ନିଜ ନିଜର ଚେଷ୍ଟା ଚଲାଉଛନ୍ତି । ଏହାରି ମଧ୍ୟରେ ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବ ଆଜି ଏକ ପ୍ରେସ୍ ମିଟିଂ ଡକାଇଛନ୍ତି । ସେହି ମିଟିଂରେ ସେ ଏକ ବଡ଼ ଘୋଷଣା କରିଛନ୍ତି ।
ସମାଜବାଦୀ ଦଳ ଶାସନରେ ଆସିଲେ, ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ ସେ ବୋଲି କହିଛନ୍ତି । ଏନେଇ ଦଳ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି । ଏହି ସେବା ଯେଉଁ ପରିବାର ଚାହୁଁଛନ୍ତି, ସେମାନେ ଆସନ୍ତା କାଲିଠାରୁ ପଞ୍ଜିକରଣ କରାଇବା ସକାଶେ ଦଳ ସୂଚନା ଜାରି କରିଛି ।
Comments are closed.