ବିଭିନ୍ନ ସଂସ୍କତିରେ ସମୃଦ୍ଧ ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୧୪: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବାର ମାସରେ ୧୩ ପର୍ବ ପାଳନ କରାଯାଏ। ଜାତି, ଧର୍ମ, ବର୍ନ ନିର୍ବିଶେଷରେ ସମସ୍ତେ ଏକ ପରିବାର ହୋଇ ଅପରର ପୂଜା ପାର୍ବଣକୁ ବେଶ୍‌ ଧୁମ ଧାମରେ ପାଳନ କରନ୍ତି। ସେହି ଭାବନାକୁ ସମ୍ମାନ ଦେଇ ଆଜି ଆମ ଦେଶରେ ଅନେକ ପର୍ବ ପାଳନ କରାଯାଉଛି। ଆଜି ଗୋଟିଏ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରେ ଅନେକ ପର୍ବ ରହିଛି। ଯାହାକୁ ନେଇ ସମସ୍ତେ ବେଶ୍‌ ଆନନ୍ଦିତ।

ଆଜି ଗୋଟିଏ ଦିନରେ ମକର ସଂକ୍ରାନ୍ତି, ପୋଙ୍ଗଲ, ଲୋହରି, ଉତ୍ତରାୟନ, ମକର ବିଲାଙ୍କ ଓ ବିହୁ ପର୍ବ ପାଳିତ ହେଉଛି। ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ବିବିଧତା ସହିତ ନିଜକୁ ଏକ କରିବାର ପ୍ରୟାସ କରୁଛି ଆମ ଦେଶ।

ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋକମ।ନେ ସମଗ୍ର ଭ।ରତରେ ବିଭିନ୍ନ ପର୍ବ ପ।ଳନ କରୁଛନ୍ତି ଯ।ହ। ଦେଶର ଜୀବନ୍ତ ସ।ଂସ୍କୃତିକ ବିବିଧତ।କୁ ସୂଚିତ କରୁଛି। ସଂକ୍ରାନ୍ତି, ପୋଙ୍ଗଲ, ଲୋହରି, ଉତ୍ତରାୟନ, ମକର ବିଲାଙ୍କ ଓ ବିହୁ ପର୍ବ ଜୀବନ୍ତ ସଂସ୍କୃତି ସହିତ ସମକକ୍ଷ ଅଟେ। ଏହି ବିଶେଷ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛ। ଜଣାଉଛି। ମୁଁ ପ୍ର।ର୍ଥନ। କରୁଛି ଯେ ପ୍ରକୃତି ସହିତ ଆମର ବନ୍ଧନ ଏବଂ ଆମ ସମ।ଜରେ ଭ।ଇଚ।ର।ର ଆତ୍ମ। ଗଭୀର ହେଉ,ବୋଲି ଟ୍ୱିଟରରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Govt

Comments are closed.