ଆମେ ବେଳେବେଳେ ସ୍ୱପ୍ନ ମନେ ରଖିଥାଉ ଓ ବେଳେବେଳେ ଭୁଲିଯାଇଥାଉ । ତେବେ କେତେକ ନିର୍ଦ୍ଧିଷ୍ଟ ସ୍ୱପ୍ନ ପଛରେ କିଛି ରହସ୍ୟ ରହିଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଆମ ଭବିଷ୍ୟତ ଦର୍ଶାଇଥାଏ । ସ୍ୱପ୍ନରୁ ଜାଣି ହେବ ଆଗକୁ କଣ ଘଟିବ । ସେହିଭଳି କିଛି ସ୍ୱପ୍ନର ରହସ୍ୟ ସମ୍ବନ୍ଧରେ
ମୂଷା ସ୍ୱପ୍ନ :
ଯଦି ସ୍ୱପ୍ନରେ ମୂଷା ଦେଖାଯାଏ ତେବେ ଏହା ଶୁଭ ସ୍ୱପ୍ନ । ଭଗବାନ ଗଣେଶଙ୍କ ବାହାନ ମୂଷାକୁ ସ୍ୱପ୍ନରେ ଦେଖିଲେ ଘରୁ ଦରିଦ୍ରତା ଦୂର ହେବ । ତେବେ ଯଦି ଏହି ସ୍ୱପ୍ନ ବିଷୟରେ କୌଣସି ଛୋଟ ପିଲାଙ୍କୁ ବର୍ଣ୍ଣନା କରାଯାଏ ତେବେ ଏହା ଜଲ୍ଦି ଫଳପ୍ରଦ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଜଙ୍ଗଲ ସ୍ୱପ୍ନ :
ସ୍ୱପ୍ନରେ ଯଦି ନୀଳ ନୀଳ ଜଙ୍ଗଲ ଦେଖାଯାଏ ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ । ଶାସ୍ତ୍ର ଅନୁସାରେ ଏହା ଦେଖିଲେ ଖୁବ୍ ଶୀଘ୍ର କିଛି ଶୁଭ ସମାଚାର ପ୍ରାପ୍ତ ହୋଇଥାଏ । ଜଙ୍ଗଲ ସୁଖ ଓ ସମୃଦ୍ଧିର ପ୍ରତୀକ ।
ଖାଲି ବାସନ ସ୍ୱପ୍ନ :
ଖାଲି ବାସନ ମଧ୍ୟ ଜଙ୍ଗଲ ଓ ମୂଷା ଭଳି ଶୁଭ ହୋଇଥାଏ । ଏହାକୁ ଶାସ୍ତ୍ରରେ ଶୁଭ ସଙ୍କେତ ଭାବେ ବିବେଚନା କରାଯାଇଥାଏ ।
ଝାଡୁ ସ୍ୱପ୍ନ :
ସ୍ୱପ୍ନରେ ଝାଡୁ ଦେଖିବା ଅତନ୍ତ୍ୟ ସୁଖ ପ୍ରଦ । ହିନ୍ଦୁ ସଂସ୍କୃତିରେ ଝାଡୁକୁ ଧନର ପ୍ରତୀକ ଭାବେ ନିଅନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଝାଡୁକୁ ସ୍ୱପ୍ନରେ ଦେଖିଲେ ଘରକୁ ଧନ ଆଗମନର ସୂଚନା ମିଳିଥାଏ ।
ଗାଈ ସ୍ୱପ୍ନ :
ଯଦି ସ୍ୱପ୍ନରେ ଗାଈଟିଏ ନିଜ ଆଡକୁ ଆସୁଥିବା ଦେଖାଯାଏ ତେବେ ଏହା ଶୁଭ ସ୍ୱପ୍ନ । ଗାଈକୁ ସୁଃଖ ସମୃଦ୍ଧିର ପ୍ରତୀକ ଭାବେ ବିଚାର କରାଯାଏ । ତେଣୁ ଗାଈ ସ୍ୱପ୍ନର ଅର୍ଥ ହେଉଛି ଘରକୁ ସୁଃଖ ସମୃଦ୍ଧି ଆସିବା ।
Comments are closed.