‘ବଚପନ୍‌ କା ପ୍ୟାର୍‌’ବାଳ ଗାୟକଙ୍କ ସଡ଼କ ଦୁର୍ଘଟଣା: ସ୍ୱାସ୍ଥାବସ୍ଥା ସ୍ଥିର

ଦିଲ୍ଲୀ: ଡିସେମ୍ବର ୨୯: ଲୋକପ୍ରିୟ ଗୀତ ‘ବଚପନ୍‌ କା ପ୍ୟାର୍‌’ର ବାଳ ଗାୟକ ସହଦେବ ଦାରଦୋଙ୍କ ଗତକାଲି ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଆଗିଥିଲା । ହସ୍ପିଟାଲରେ ୫ ଘଣ୍ଟା ଅଚେତ ରହିବା ପରେ ରାତି ୧୦ରେ ତାଙ୍କ ଚେତା ଫେରିଥିଲା । ଏବେ ତାଙ୍କ ସ୍ୱାସ୍ଥାବସ୍ଥା ଏବେ ସ୍ଥିର ରହିଛି ।

ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହେବା ପରେ ସଙ୍ଗୀତ ପ୍ରଶଂସକ ସହଦେବଙ୍କ ସ୍ୱାସ୍ଥ ଭଲ ହେବା ନେଇ କାମନା କରିଛନ୍ତି । ଏହାସହିତ ଲୋକପ୍ରିୟ ଗାୟକ ତଥା ରାପର୍‌ ବାଦ୍‌ଶାହା ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପାର୍ଥନା କରିଛନ୍ତି । ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଛତିଶଗଡ଼ ସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ସହଦେବ ଦୁଇ ଚକିଆ ଗାଡ଼ି ସାହାଯ୍ୟରେ ସାଙ୍ଗମାନଙ୍କ ସହିତ ସବରୀ ନଗର ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଡାକ୍ତରୀ ସୂଚନା ଅନୁସାରେ, ତାଙ୍କ ମୁଣ୍ଡରେ ଚାରୋଟି ଷ୍ଟିଚ୍‌ ଲାଗିଛି ।

Comments are closed.