‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମରେ ଦମଦାର ଅଭିନୟ କରି ଭାରତୀୟ ସିନେପ୍ରେମୀଙ୍କ ସମେତ ସିନେସମୀକ୍ଷକଙ୍କୁ ଚକିତ କରିଛନ୍ତି । ଫିଲ୍ମରେ ତାଙ୍କର ଅଭିନୟଦକ୍ଷତା ବାରି ହୋଇପଡ଼ିଛି । ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ସ୍କ୍ରିନ ସେୟାର କରି ବାଣୀ ଆଜି ପୁରା ଦେଶରେ ଲୋକପ୍ରିୟ ଅଭିନେତ୍ରୀ ପାଲଟିଛନ୍ତି ।
‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ

ଏହି ଫିଲ୍ମରେ ବାଣୀ ଜଣେ ଟ୍ରାନ୍‌ସ ଗର୍ଲ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହିପରି ଭୂମିକା ପାଇଁ ସେ ବେଶ୍‌ ଖୁସି ସହିତ ନି ଉପରେ ଗର୍ବିତ ଅଛନ୍ତି ବୋଲି ନିକଟରେ ପ୍ରକାଶ କରିଛନ୍ତି । ଏହି ରୋଲ୍‌ରେ ସେ ଯଥାସମ୍ଭବ ସଚ୍ଚୋଟତା, ଗମ୍ଭୀରତା ଏବଂ ଭିନ୍ନତା ଦେଇ ପରଦାରେ ସଫଳ ଭାବେ ନିଜକୁ ଜଣେ ଟ୍ରାନ୍‌ସଜେଣ୍ଡର ରୂପେ ଦର୍ଶାଇଛନ୍ତି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।
‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ
ସ୍କ୍ରିନରେ ଜଣେ ଟ୍ରାନ୍‌ସଜେଣ୍ଡର ମହିଳା ଭୂମିକାରେ ଅଭିନୟ କରିବା ପାଇଁ ନେଇଥିବା ବାଣୀଙ୍କ ନିଷ୍ପତ୍ତିକୁ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ।

ଏନେଇ ବାଣୀ ତାଙ୍କ କୋଷ୍ଟାର ଆୟୁଷ୍ମାନ ଖୁରାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ସର୍ବଦା ସମାଜରେ କ୍ୱଚିତ ଆଲୋଚନା କରାଯାଉଥିବା ପ୍ରସଙ୍ଗକୁ ପରଦାରେ ଦେଖାଇ ପ୍ରଶଂସିତ ହୋଇଥାନ୍ତି । ବାଣୀ ‘ଚଣ୍ଡୀଗଡ କରେ ଆଶିକି’ ପରି ସ୍କ୍ରିପଫରେ ବିଶ୍ୱାସ ଏବଂ ଭରସା ପାଇଁ ଆୟୁଷ୍ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ

ବଣୀ ଆୟୁଷ୍ମାନଙ୍କ ସମ୍ପର୍କରେ କହିଛନ୍ତି ଯେ ଆୟୁଷ୍ମାନ ସଫଳତା ପାଇଁ ଯେତେବେଳେ ପାରମ୍ପରିକ ବିଷୟକୁ ସହଜରେ ଚୟନ କରନ୍ତି, ସେତେବେଳେ ତାଙ୍କ ପରି ଏ-ଲିଷ୍ଟ ଆକଫର ପାଇଁ ନିରନ୍ତର ଚେଷ୍ଟା କରିବା ସାହସର ବିଷୟ । ଏହାସହ ଆୟୁଷ୍ମାନ ସର୍ବଦା ଅଜଣା ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି ଏବଂ ବର୍ତ୍ତମାନ ସେ ଇଣ୍ଡିଆନ ସିନେମାର ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ବୋଲି ବାଣୀ କହିଛନ୍ତି ।

‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ
ତେବେ ଦୀର୍ଘ ଦଶନ୍ଧି ପରେ ହିନ୍ଦୀ ସିନେମାରେ ବାଣୀ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରି ଚାରିଆଡ଼ୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଚାଲିଛି । ‘ଚଣ୍ଡୀଗଡ କରେ ଆଶିକି’ର ସଫଳତା ପରେ ବାଣୀ କପୁର ତାଙ୍କର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।
‘ଚଣ୍ଡୀଗଡ କରେ ଆଶିକି’ ଫିଲ୍ମ ପାଇ ଗର୍ବିତ

କରଣ ମଲହୋତ୍ରା ନିର୍ଦ୍ଦେଶିତ ଫିଲ୍ମ ‘ଶମଶେରା’ରେ ବାଣୀ ରଣବୀର କପୁରଙ୍କ ସହ ନଜର ଆସିବେ ।

Comments are closed.