ପଞ୍ଜାବ: ଡିସେମ୍ବର ୨୩: ଆଜି ମଧ୍ୟାନ ସମୟରେ ଲୁଧିଆନା କୋର୍ଟ ପରିସରେ ବମ୍ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣ ମୃତ ହେବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, ୬ ମହଲା ବିଶିଷ୍ଟ କୋର୍ଟ ଥରି ଯାଇଥିଲା । ଭୟରେ ଲୋକ ଏପଟସେପଟ ହୋଇ ଦୌଡ଼ିବାକୁ ଲାଗିଥିଲେ । କୋର୍ଟ ପରିସରରେ ଥିବା କିଛି ଗଛରୁ ପତ୍ର ସବୁ ଝଡ଼ିଯାଇଥିଲା

। ମହଲା ବାହାରୁ ଧୂଆଁ ବାହାରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ପଞ୍ଜାବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, କୋର୍ଟର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟ ରୁମ୍ରେ ଏହି ବିସ୍ପୋରଣ ଘଟିଛି । କେଉଁ କାରଣ ପାଇଁ ବିସ୍ପୋରଣ ଘଟିଛି ତାହାର ସଠିକ୍ ସୂଚନା ମିଳିପାରିନି । କୋର୍ଟରେ ଅଧିକ ଲୋକ ନଥିଲେ । କେବଳ କିଛି ଓକିଲମାନେ ରହିଥିଲେ । ଅନ୍ୟପକ୍ଷେ, ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Comments are closed.