ଖ୍ରୀଷ୍ଟମାସ ବା ବଡଦିନକୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟ ଧର୍ମାବଲମ୍ବି ଲୋକମାନେ ପାଳନ କରିଥାନ୍ତି। ଖ୍ରୀଷ୍ଟ ଧର୍ମର ଲୋକ ମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଆରାଧ୍ୟ ଯୀଶୁ ଏହି ଦିନ ଧରାବତରଣ କରିଥିଲେ। ସେଥିପାଇଁ ଏହି ଦିନକୁ ସେମାନେ ବଡ ଆନନ୍ଦ ଓ ଉଦ୍ଦିପନାର ସହିତ ପାଳନ କରିଥାନ୍ତି। ଏହି ଖ୍ରୀଷcମାସ ଶବ୍ଦଟି ଦୁଇଟି ଶବ୍ଦକୁ ନେଇ ଉଚ୍ଚାରିତ ହୁଏ। ଖ୍ରୀଷ୍ଟ ଶବ୍ଦର ଅର୍ଥ ଖ୍ରୀଷ୍ଟିଆନ ଓ ମାସ୍ ର ଅର୍ଥ ହେଉଛି ଲୋକମାନଙ୍କର ଗୋଷ୍ଠୀ ବା ସମାଗମ। ଖ୍ରୀଷ୍ଟିଆନ ମାନଙ୍କର ଏହା ସବୁଠାରୁ ଖୁସିର ଦିନ ହୋଇଥିବାରୁ ଏହାକୁ ବର୍ଷର ସବୁଠୁ ବଡ ଦିନ ବୋଲି ମଧ୍ୟ କୁହାଯାଇଥାଏ।
ବର୍ତ୍ତମାନ ଏହି ଦିନକୁ ସମଗ୍ର ବିଶ୍ୱରେ ଖୋଲା ହୃଦୟରେ ପାଳନ କରାଯାଉଥିବା ଦେଖାଯାଏ। ହିନ୍ଦୁ, ମୁସଲିମ, ଶିଖ୍, ଇସାଇ ନିର୍ବିଶେଷରେ ସମସ୍ତେ ଏହି ଧର୍ମକୁ ପାଳନ କରୁଥିବା ନଜିର ରହିଛି। ସେଥିପାଇଁ ପ୍ରତ୍ୟେକ ବର୍ଷ ଏହି ଦିନକୁ ଛୁଟି ଦିନ ଭାବେ ମଧ୍ୟ ଘୋଷଣା କରାଯାଇଥାଏ। ଖାଲି ଖ୍ରୀଷ୍ଟ ଧର୍ମାବଲମ୍ବି ମାନେ ଏହାକୁ ପାଳନ କରନ୍ତି ତାହା ନୁହେଁ। ବିଶ୍ୱର କୋଣ ଅନୁକୋଣ ସହିତ ଆମ ଓଡିଶାରେ ମଧ୍ୟ ଏହି ପର୍ବ ବିଶେଷ ଭାବେ ପାଳନ କରାଯାଇଥାଏ। ଓଡିଶାର ଟ୍ୱିନ୍ ସିଟି କୁହାଯ।ଉଥିବା କଟକ ଓ ଭୁବନେଶ୍ୱରରେ ଏହାକୁ ଅତି ଆନନ୍ଦ ସହ ପାଳନ କରାଯାଉଥିବା ବେଳେ ଖ୍ରୀଷ୍ଟମାସ ଇଭ୍ ରେ ଏଠାକାର ଚର୍ଚ୍ଚ ମାନଙ୍କରେ ଆକର୍ଷଣିୟ ଆତସବାଜି ଓ ପ୍ରେୟାରକୁ ସାଧାରଣ ଲୋକ ବେଶ୍ ଉପଭୋଗ କରିଥାନ୍ତି।

ତେବେ ଖ୍ରୀଷ୍ଟମାସ ପାଇଁ ଲୋକମାନେ ବହୁ ଆଗରୁ ସବୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ସେମାନେ ତାଙ୍କ ଘରକୁ ସଫା କରି ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜାଇଥାନ୍ତି। ଖ୍ରୀଷ୍ଟମାସ ଦିନ ରଙ୍ଗୀନ ସ୍ପାର୍କଲର, ବେଲୁନ୍, ଲାଇଟ, ଫୁଲ ଓ କ୍ରୀଷ୍ଟମାସ ଟ୍ରି ସହିତ ଚର୍ଚ୍ଚ ଗୁଡିକୁ ସଜା ଯାଇଥାଏ। ସେଦିନ ଚର୍ଚ୍ଚରେ ସମବେତ ଜନତା ପ୍ରେୟାର କରିସାରିବା ପରେ ଏକତ୍ର ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି। ଏହି ଦିନ ଚର୍ଚ୍ଚରେ ସବୁ ଲୋକ ଏକାଠି ହୋଇ କୋରସ ଗିତ ଗାଇଥାନ୍ତି। ନାଚ ଓ ଅନ୍ତାକ୍ଷରୀ ସହ ଯୀଶୁଙ୍କ ଜନ୍ମ ବୃତାନ୍ତ ଡ୍ରାମା ପରିବେଶଣ କରାଯାଇଥାଏ। ଏହି ଦିନ କେକ୍ କଟାଯିବାର ପରମ୍ପରା ମଧ୍ୟ ରହିଛି। ଖ୍ରୀଷ୍ଟମାସ ଦିନ ଲୋକମାନେ ସେମାନଙ୍କ ଘରେ ଖ୍ରୀଷ୍ଟମାସ ଟ୍ରୀକୁ ବିଭିନ୍ନ ଆଲୋକମାଳାରେ ସଜାଇବା ସହ ନିଜ ପ୍ରିୟଜନଙ୍କୁ ଗିଫଫ ଦେବାର ପରମ୍ପରା ମଧ୍ୟ ରହିଛି।

ତେବେ ଖ୍ରୀଷcମାସର ଅନ୍ୟ ଏକ ମାନ୍ୟତା ହେଉଛି, ଏହିଦିନ ସାଣcାକ୍ଲଜ୍ ର ଗୁରୁତ୍ୱ । ଲୋକ ବିଶ୍ୱାସ ରହିଛି ଯେ ଖ୍ରୀଷ୍ଟମାସରେ ଭଗବାନ ନିଜେ ସାଣ୍ଟାର ରୂପ ନେଇ ପିଲାମାନଙ୍କୁ ସେମାନଙ୍କ ମନ ପସନ୍ଦର ଗିଫଫ ଦେବାକୁ ଧରାପୃଷ୍ଠକୁ ଆସିଥାନ୍ତି।ତେବେ ବିଭିନ୍ନ ସ୍ଥାନରେ ଏହି ପର୍ବ ବିଭିନ୍ନ ଉପାୟରେ ପାଳନ କରାଯାଇଥାଏ। ଆମ ରାଜ୍ୟ ଓଡିଶା ମଧ୍ୟ ଏହି ଧାଡିରେ କିଛି କମ୍ ନାହିଁ।


Comments are closed.