ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ

ଆମେ ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ ଜଳଖିଆରେ ଚା’ ସହିତ ବିଭିନ୍ନ ଖାଦ୍ୟ ମିଶାଇ ଖାଉଥାଉ । ଏହିପରିକି କେତେକ ଲୋକ ନିଜର ସକାଳ ଜଳଖିଆ ସ୍କିପ୍‌ କରି ଚା’ ପିଇବାକୁ ଭଲ ପାଇଥାନ୍ତି । ହେଲେ ଏମିତି କିଛି ଖାଦ୍ୟ ରହିଛି ଯାହା ଚା’ ସହିତ ସେବନ କଲେ ପେଟ ସମସ୍ୟା ସହିତ ନାନା ଶାରୀରିକ ସମସ୍ୟା ଉତ୍ପନ ହୋଇଥାଏ ।

କଞ୍ଚା ଖାଦ୍ୟ- ଚା’ ସହିତ କଞ୍ଚା ଖାଦ୍ୟ ଶରୀର ପ୍ରତି ବିଶେଷ ହାନିକାରକ ହୋଇଥାଏ । ସାଲଡ଼, ଗଜା ମୁଗ, ଗଜା ବୁଟ, ଫଳ ବା ସିଝା ଅଣ୍ଡା ସହିତ ଚା’ ପିଇଲେ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ ।
ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ

ଏହିପରି ଖାଦ୍ୟ ଏକାସଙ୍ଗରେ ସେବନ କଲେ ଗରମ ଏବଂ ଥଣ୍ଡା ଯୁକ୍ତ ଖାଦ୍ୟ ମିଶି ପେଟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ ।
ହଳଦିଯୁକ୍ତ ଖାଦ୍ୟର ସେବନ- ଚା’ ସହିତ ବା ପିଇବା ପରେ ଅଧିକ ହଳଦିଯୁକ୍ତ ଖାଦ୍ୟ ସେବନ କରିବା ଅନୁଚିତ୍‌ । ଚା’ ଏବଂ ହଳଦିରେ ଥିବା ତତ୍ତ୍ୱ ପେଟ ଭିତରେ ମିଶି କ୍ଷତିକାରକ ତତ୍ତ୍ୱ ପ୍ରସ୍ତୁତ କରେ ।

ଲେମ୍ବୁଯୁକ୍ତ ଖାଦ୍ୟ – ଚା’ ସହିତ ଲେମ୍ବୁଯୁକ୍ତ ଖାଦ୍ୟର ସେବନ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ଏହା ସହିତ ଲେମ୍ବୁ ମିଶାଇ କିମ୍ବା ଲେମ୍ବୁ ଯୁକ୍ତ ଖାଦ୍ୟ ଖାଇଲେ ଏସିଡିଟି , ପାଚନ ସମ୍ବନ୍ଧୀୟ ଏବଂ ବିକାରଯୁକ୍ତ ସମସ୍ୟା ବୃଦ୍ଧି ପାଇଥାଏ ।

ବେସନରୁ ପ୍ରସ୍ତୁତ ଖାଦ୍ୟ- ସାଧାରଣତଃ ବର୍ଷା ଏବଂ ଶୀତ ଦିନରେ ଆମେ ଚା’ ସହିତ ପକୁଡ଼ି ଖାଇବାକୁ ପସନ୍ଦ କରିଥାଉ ।
ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ
ହେଲେ ବିଶେଷଜ୍ଞଙ୍କ ମତରେ ଚା’ ସହିତ ବେସନରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ । ଏହାସହିତ ପାଚନ ଶକ୍ତି ମଧ୍ୟ ବିଶେଷ ପ୍ରଭାବିତ ହୋଇଥାଏ ।

ଥଣ୍ଡା ପାନୀୟ- ଚା’ ପିଇବା ପରେ କୌଣସି ପ୍ରକାରର ଥଣ୍ଡା ଖାଦ୍ୟ , ଆଇସକ୍ରିମ୍‌ , ପାନୀୟ ବା ଥଣ୍ଡା ପାଣି ପିଇବା ହାନିକାରକ ।
ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ

ଏହିପରି କଲେ ଗଳା ଓ ପେଟ ବିଶେଷ ଭାବେ ପ୍ରଭାବିତ ହୁଏ । ପେଟରେ ଏସିଡିଟି ସମସ୍ୟା ସୃଷ୍ଟି ହୁଏ ।

ବାଦାମ- ବାଦାମରେ ଅଧିକ ପରିମାଣରେ ସାଇଟିକ୍‌ ଏସିଡ୍‌ ରହିଥାଏ । ଏହାକୁ ପୃଷ୍ଟିସାର ଯୁକ୍ତ ଖାଦ୍ୟ ରୂପେ ବିବେଚନା କରାଯାଏ ।
ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ
ତେଣୁ ଏହାକୁ ଚା’ ସହିତ ଖାଇଲେ ପାଶ୍ୱର୍ପ୍ରତିକ୍ରିୟା ଦେଖାଇଥାଏ । ଫଳରେ ଏସିଡିଟି ସମସ୍ୟା ବୃଦ୍ଧି ପାଇଥାଏ ।

ଶେ୍ୱତସାର ଏବଂ ଫାଇବରଯୁକ୍ତ ଖାଦ୍ୟ- ଶେ୍ୱତସାରଯୁକ୍ତ ଖାଦ୍ୟ ଯେପରି ଭାତ ଏବଂ ଫାଇବର ଯୁକ୍ତ ଖାଦ୍ୟ ସହ ଚା’ ସେବନ କଲେ ସ୍ୱାସ୍ଥ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ଏହିପରି ମିଶ୍ରଣ ଯୁକ୍ତ ଖାଦ୍ୟ ଖାଇଲେ ପାଚନ ଶକ୍ତି ଏବଂ ନିଦ୍ରା ହ୍ରାସ ପାଏ । ଫଳରେ ଚିଡ଼ିଚିଡ଼ା ଓ ମନ ଅସ୍ଥିର ହୋଇଥାଏ ।

ଚା’ ସହିତ ଖାଆନ୍ତୁନି ଏହି ଖାଦ୍ୟ
ସକାଳ ସମୟରେ ପେଟ ମଧ୍ୟ ଭଲ ଭାବରେ ସଫା ହୋଇନଥାଏ ।

Launching Ceremony of “AYUSHMAN BHARAT

Comments are closed.