ମୁମ୍ବାଇ: ୧୪ ଡିସେମ୍ବର ୨୦୨୧ରେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ବେଶ୍ ପାରମ୍ପରିକ ଢ଼ଙ୍ଗରେ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଏହି ଦମ୍ପତି ଏକ ଗ୍ରାଣ୍ଡ ରିସେ«ନ୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅଙ୍କିତା ଏବଂ ଭିକିଙ୍କର ସମସ୍ତ ସାଙ୍ଗ ଏବଂ ବହୁ ଟିଭି ତାରକା ଯୋଗ ଦେଇଥିଲେ ।
ଏହି ପାର୍ଟିରେ ଭିକି ତାଙ୍କ ଲେଡିଲଭ୍ ଅଙ୍କିତାଙ୍କୁ ମାଲଦ୍ୱୀପରେ ଥିବା ଏକ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା ଉପରକୁ ହେବ ବୋଲି ସୂଚନା ରହିଛି । ଅଙ୍କିତା ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଘରୋଇ ବିଳାୟମୟ ୟାଟ୍(ଜାହଜ) ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ ।
ନବଦମ୍ପତ୍ତିଙ୍କ ପାର୍ଟିରେ ବହୁ ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ସେମାନେ ସମସ୍ତେ ନବଦମ୍ପତ୍ତିଙ୍କୁ ମହଙ୍ଗା ଉପହାର ଦେଇଛନ୍ତି । ଏକତା କପୁର ଅଙ୍କିତାଙ୍କୁ ୫୦ ଲକ୍ଷ ମୂଲ୍ୟର ହୀରା ସେଟ୍ ଉପହାର ଦେଇଛନ୍ତି । ମାହୀ ବିଜ୍ ‘ସବ୍ୟସଚି କଲେକ୍ସନ୍’ର ୧୫ ଲକ୍ଷ ମୂଲ୍ୟର ଶାଢ଼ୀ ଉପହାର ଦେଇଛନ୍ତି ।
ରିତ୍ଭିକ ଧନଜାନୀ ଭିକିଙ୍କୁ ଏକ ଦାମୀ ଘଣ୍ଟା ଏବଂ ଅଙ୍କିତାଙ୍କୁ ଏକ ହୀରା ହାର ଦେଇଛନ୍ତି । ଏହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ସେହିପରି ଟାଇଗର ଶ୍ରଫ ଅଙ୍କିତାଙ୍କୁ ‘ମିନି କପୁର୍’ ବ୍ରାଣ୍ଡ କାର ଦେଇଥିଲା ବେଳେ ଅଭିନେତ୍ରୀ ସୃଷ୍ଟି ରୋଡେ ଅଙ୍କିତା ଲୋକାଣ୍ଡେଙ୍କୁ ଏକ ସୁନା ଚେନ୍ ଉପହାର ଦେଇଛନ୍ତି ।
ଅଙ୍କିତା ଏବଂ ଭିକି ୨୦୧୮ ରେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ଭିକି ଜଣେ ବ୍ୟବସାୟୀ । ତେବେ ୨୦୨୦ରେ ଏହି କପଲ୍ ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ପୂର୍ବତନ ପ୍ରେମିକ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ । ସେଥିପାଇଁ ବିବାହ ତାରିଖ ୨୦୨୧କୁ ସ୍ଥିର କରାଯାଇଥିଲା ।

Comments are closed.