ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ

ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪୫ ଜଣ ଓମିକ୍ରନରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୦ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Govt

Comments are closed.