ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏସମୟରେ ‘ଦ-ବ୍ୟାଙ୍ଗ୍ ଟୁର୍’ରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ଅନେକ ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ନଜର ଆସିବେ । ସେମାନଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ, ସଈ ମାଞ୍ଜରେକର, ପ୍ରଭୁ ଦେବା, ସୁନୀଲ ଗ୍ରୋଭର, କମାଲ ଖାନ, ଗୁରୁ ରନ୍ଧୱା ଏବଂ ଆୟୁଷ ଶର୍ମା ସାମିଲ ଅଛନ୍ତି ।
ହେଲେ ଖବର ମିଳିଛି ଯେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଏହି ଟୁର୍ରୁ ବାଦ୍ ଦିଆଯାଇଛି । ପୂର୍ବରୁ ଏସମସ୍ତ ସେଲିବ୍ରେଟିଙ୍କ ମଧ୍ୟରେ ଜ୍ୟାକଲିନ୍ଙ୍କ ନାମ ମଧ୍ୟ ଥିଲା । ହେଲେ ଗତ କିଛି ଦିନ ଧରି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫସିରହିଛନ୍ତି । ଯାହାକୁ ନେଇ ‘ଦ ବ୍ୟାଙ୍ଗ୍ ଟୁର୍’ରୁ ଜ୍ୟାକଲିନ୍ଙ୍କୁ ବାହାର କରିଦିଆଯାଇଛି ।
ତେବେ ସୂତ୍ରରୁ ଖବର ମିଳିଛି ଯେ ଜ୍ୟାକଲିନ ସ୍ଥାନରେ ଅଭିନେତ୍ରୀ ଡେଜି ଶାହଙ୍କୁ ନିଆଯିବା ବୋଲି ସଲମାନ ଖାନ ନିଷ୍ପତ୍ତି ନେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଖବରକୁ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।
୨୦୦ କୋଟି ଟଙ୍କା ଅର୍ଥ ହେରଫେର କରିଥିବା ଜ୍ୟାକଲିନଙ୍କ ବିରୋଧରେ ଅଭିଯୋଗ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ମାମଲାରେ ଲଗାତାର ଯାଞ୍ଚ୍ କରିଚାଲିଛି । ଏଥିପାଇଁ ଇଡିରେ ଜ୍ୟାକଲିନଙ୍କୁ ହାଜର ହେବାକୁ ମଧ୍ୟ ପଡ଼ିଛି । ଏହା ପୂର୍ବରୁ ଦୁବାଇ ଯାଉଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଜ୍ୟାକଲିନ୍ଙ୍କୁ ଇଡି ଅଟକ ରଖି ପଚରାଉଚରା କରିଥିଲା । ଏହି ମାମଲାରେ ଜ୍ୟାକଲିନଙ୍କ ବ୍ୟତୀତ କିଛି ଦିନ ତଳେ ନୋରା ଫତେହୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଜ୍ୟାକଲିନ୍ଙ୍କ ଆଗାମୀ ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । ଜନ୍ ଆବ୍ରାହମ୍ ଏବଂ ଜ୍ୟାକଲିନଙ୍କ ଅଭିନୀତ ‘ଆଟାକ୍’ ଫିଲ୍ମ ସାଧାରଣତନ୍ତ୍ର ଦିବସ ଅବସରରେ ରିଲିଜ୍ ହେବାକୁ ଯାଉଛି ।
ଦେଶଭକ୍ତି ଉପରେ ଆଧାରିତ ହୋଇଥିବା ଫିଲ୍ମର ବକ୍ସ ଅଫିସ୍ ଇନକମ୍ ଉପରେ ଜ୍ୟାକଲିନଙ୍କ କାରଣରୁ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି । ସେପଟେ ଜ୍ୟାକଲିନ୍ଙ୍କ ଆଗାମୀ ପ୍ରୋଜେକଫରେ ରାମ ସେତୁ, ରଣବୀର ସିଂହଙ୍କ ସର୍କସ ସହ ବଡ଼ ବଜେଟ୍ର ଫିଲ୍ମ ସାମିଲ ରହିଛି ।
Comments are closed.