ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ବିଧାନସଭା ସଭା ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର: ଡିସେମ୍ବର ୦୮: ଆଜି ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି । ସଭା ଆରମ୍ଭରୁ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଛନ୍ତି । ବିଧାନସାରେ ବିରୋଧୀ ହୋହାଲ୍ଲା ସହିତ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି । ସାଢେ ୧୧ଟା ପରେ ମଧ୍ୟ ବିରୋଧୀ ସାମାନ ଧରଣର ହଙ୍ଗାମା କରିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି ।

ସୂଚନା ଥାଉଯେ, ଗୃହ ଆରମ୍ଭରୁ ଆଜି ବିରୋଧୀ ମମିତା ପ୍ରସଙ୍ଗକୁ ନେଇ ଗଣ୍ଡଗୋଳ କରିଥିଲେ । ଏହାସହିତ ନବୀନ ନିବାସକୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆସିଥିବାର ଫଟୋ ପୋଷ୍ଟର ଦେଖାଇଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ବିରୋଧୀ । ଅନ୍ୟପକ୍ଷରେ, ମୋହନଲାଲ ବିଜେପିର ବଡ ବଡ ନେତାଙ୍କ ସହ ବସି ଫଟୋ ଉଠାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେପି ନେତା ମୋହନଲାଲ ଶର୍ମା ଅଭିଯୋଗ ଗୋବିନ୍ଦ ସାହୁଙ୍କୁ ଜାମିନରେ ଆଣିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।

Govt

Comments are closed.