ସୌନ୍ଦର୍ଯ୍ୟମୟ ଚିଲିକା

ଓଡିଶାରେ ଅନେକ ସ୍ଥାନ ଅଛି ଯାହାକି ବିଶ୍ୱ ସୌନ୍ଦର୍ଯ୍ୟମୟ ସ୍ଥାନ ତାଲିକାରେ ଚିହ୍ନିଟ ହୋଇନାହିଁ । ଭାରତର ଭୌଗଳିକ ମାନଚରତ୍ରରେ ଓଡିଶା ଏକ ଛୋଟ ରାଜ୍ୟ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ, ଇତିହାସିକ ସ୍ମାରକୀ, ପବିତ୍ର ମନ୍ଦିର, କଳା ଏବଂ କଳା ଭଣ୍ଡାର ରାଜ୍ୟର ପ୍ରତ୍ୟେକ କୋଣକୁ ଏକ ନିର୍ଦ୍ଦିଷ୍ଟ ପରିଚୟ ଦେଇଥାଏ । ରାଜ୍ୟର ସେହି ଗୋଟିଏ କୋଣରୁ ସତପଡା ନିକଟସ୍ଥ ଚିଲିକା ହ୍ରଦ ଅନନ୍ୟ ।
ସୌନ୍ଦର୍ଯ୍ୟମୟ ଚିଲିକା

ଚିିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ ।
ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି ।
ସୌନ୍ଦର୍ଯ୍ୟମୟ ଚିଲିକା

ଏହି ହ ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି । ଯାହା ଦୁନିଆର ଆଉ କେଉଁଠାରେ ଦେଖାଯାଆନ୍ତି ନାହିଁ । ଏମାନଙ୍କୁ ସବୁ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ବିଦେଶର ବହୁ ପର୍ଯ୍ୟଟଠଙ୍କର ଆଗମନ ହୋଇଥାଏ ।
ସୌନ୍ଦର୍ଯ୍ୟମୟ ଚିଲିକା

ଚିଲିକାର ଅନନ୍ୟ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହେଉଛି କାଳଜାଇ ମନ୍ଦିର । ଚିଲିକା ହ ୍ରଦରେ ଥିବା ଏକ ଛୋଟ ଦ୍ୱୀପ ମଧ୍ୟରେ କାଳିଜାଇ ମନ୍ଦିର ଅବସ୍ଥିତ । ଦେବୀ କାଲିଜାଇ ପ୍ରକୃତରେ ମାଆ କାଳୀଙ୍କ ଏକ ଶକ୍ତି । ମାଆ କାଳିଜାଇ ହେଛନ୍ତି, ଦଶମହାବିଦ୍ୟା ଶକ୍ତିର ପ୍ରଥମ ମହାବିଦ୍ୟା । ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା ।
ସୌନ୍ଦର୍ଯ୍ୟମୟ ଚିଲିକା

ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମାଆ କାଳିଜାଇ ପୂଜା ପାଇଥାନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମାତାଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କବିତା ଅନୁସାରେ-ଜାଇ ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ ଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ହ୍ରଦର ଏକ ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ । ମାତ୍ର ଜାଇର କୌଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମାଆ କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ।
ସୌନ୍ଦର୍ଯ୍ୟମୟ ଚିଲିକା
ଐତିହାସିକ ତଥ୍ୟ ଅନୁସାରେ ମାଆ କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କଦ୍ୱାରା ର୍ନିମାଣ ହୋଇଥିଲା । ଏହା ପରଠାରୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।

ଲକ୍ଷ ଲକ୍ଷ ଲୋକ ଚିଲିକା ହ ୍ରଦ ଉପରେ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରିଥାନ୍ତି । ସେସମାନେ ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ଚିଲିକା ହ୍ରଦର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡ଼ିଥାଏ ।
ସୌନ୍ଦର୍ଯ୍ୟମୟ ଚିଲିକା
ବିଶ୍ୱାସ ଅଛି ଯେ ସେହି ମତ୍ସ୍ୟଜୀବୀମାନଙ୍କୁ ମାଆ କାଳିଜାଇ ପ୍ରତି ବିପଦ ମୁହୁର୍ତ୍ତରେ ବିଭିନ୍ନ ଝଡରୁ ରକ୍ଷା କରିଥାନ୍ତି । ତେଣ ସ୍ଥାନୀୟ ମତ୍ସ୍ୟଜୀବୀମାନେ , ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି ।
ସୌନ୍ଦର୍ଯ୍ୟମୟ ଚିଲିକା

ଏଠାରେ ଥିବା ପାରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ , ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ସୌନ୍ଦର୍ଯ୍ୟମୟ ଚିଲିକା

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବରେ ଜଣାଶୁଣା । ପୂର୍ବତଟ ରେଳପଥରେ ଯାତ୍ରା କଲେ ନିକଟତମ ଷ୍ଟେସନଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା । ଜାତୀୟ ରାଜପଥ ନମ୍ବର-୫ରେ ଗଲେ ବାଲୁଗାଁ, ବରକୁଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯାଇ ହୁଏ । ଭୁବନେଶ୍ୱର ଠାରୁ ବାଲୁଗାଁ ପ୍ରାୟ ୧୦୦ କି.ମି ହୋଇଥିଲା ବେଳେ ବରକୁଳରୁ ୧୧୦ କି.ମି. ଓ ରମ୍ଭା ୧୩୦ କି.ମି ପଡ଼ିଥାଏ । ପୁରୀ ବାଟଦେଇ ଗଲେ ସାତପଡ଼ାରୁ ଯିବାକୁ ହୁଏ ।
ସୌନ୍ଦର୍ଯ୍ୟମୟ ଚିଲିକା
ପୁରୀ ଠାରୁ ସାତପଡ଼ା ୫୦ କି.ମି. । ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକେଫାବର ମାସରୁ ଫେବୃୟାରୀ ମାସ । କାରଣ ଏହି ସମୟରେ ଶୀତର ଆଗମନ ସହିତ ବିଦେଶୀ ପକ୍ଷୀଙ୍କର ମଧ୍ୟ ଆଗମନ ହୋଇଥାଏ । ଯାହା ଚିଲିକାକୁ ଆହୁରି ମାଧୁର୍ଯ୍ୟମୟ କରିଥାଏ । ଚିଲିକା ଭାରତ ଉପମହାଦେଶରେ ପରିବ୍ରାଜୀ ପକ୍ଷୀମାନଙ୍କର ଏକ ବୃହତ୍ତମ ଓ ଉତ୍ତମ ଶୀତ ଭୂମି । ଭାରତ ବର୍ଷର ଜୈବବିଭିନ୍ନତାର ଏକ ବୃହତ ଉଷ୍ମସ୍ଥଳ ବା ହଟ୍‌ ସ୍ପଟ୍‌ କହିଲେ ଅତୁ୍ୟକ୍ତି ହେବ ହେବ ନାହିଁ ।

ଜୈବ ବିଭିନ୍ନତାର ସଂରକ୍ଷଣ ଓ ପରିଚାଳନା ନିମିତ୍ତ ଏହି ଖାରିଅ ହ୍ରଦ ଭାରତ ସରକାରଙ୍କ ଜାତୀୟ ଆର୍ଦ୍ରଭୂମି, ହେନ୍ତାଳ ବଣ ଓ ପ୍ରବାଳଶ୍ରେଣୀ ସମିତି ଦ୍ୱାରା ଏକ ପ୍ରମୁଖ ସ୍ଥାନ ଭାବରେ ନିର୍ଦ୍ଧାରିତ କରାଯାଇଛି ।
କାସ୍ପିଆନ ସାଗର, ବୈକାଲ ହ ୍ରଦ, ଆରଲ ସାଗର , ରୁଷିଆ, ମଙ୍ଗୋଲିଆର କିରଗିଜ ତୃଣଭୂମି, କେନ୍ଦ୍ର ଓ ଦକ୍ଷିଣ ପୂର୍ବ ଏସିଆ, ଲଦାଖ ଏବଂ ହିମାଳୟ ଆଦି ଦୂରଦୂରନ୍ତରୁ ଆସି ପରିବ୍ରାଜୀ ପକ୍ଷୀଗଣଙ୍କ ଶୀତଋତୁରେ ଏଠାରେ ଠୁଳ ହୋଇଥାନ୍ତି । କାରଣ ସମଗ୍ର ପୃଥିବୀରେ ଏକ ବିସ୍ମୟ ପରିସଂସ୍ଥା, ଖାଦ୍ୟର ପ୍ରାଚୁର୍ଯ୍ୟ ଓ ପ୍ରଜନନର ଅନୁକୂଳ ପରିସ୍ଥିତି ଦୃଷ୍ଟିରୁ ଏହା ସମ୍ଭବ ହୋଇଛି ।
ସୌନ୍ଦର୍ଯ୍ୟମୟ ଚିଲିକା
ଏଠାରେ ଜାତିଜାତିକା ପକ୍ଷୀ ଠୁଳ ହୋଇଥାନ୍ତି, ସେମାନଙ୍କ ମଧ୍ୟରୁ ୟୁରାସିଆନ୍‌ ୱିଜନ୍‌, ଉତ୍ତର ପିଣ୍ଟେଲ୍‌, ଗାଡୱାଲ୍‌, ଶୋଭେଲର୍‌, କମନ୍‌ କୁଟ୍‌ , ଶେଲଡକ୍‌, ମାଛରଙ୍କା, ଫ୍ଲେମିଙ୍ଗୋ , କଳା ଲାଞ୍ଜ ବାଲା ଗୁଡ଼ଉଇଟ, ସାଣ୍ଡରଲିଙ୍ଗ, ଇଗଲ ଅନ୍ୟତମ ।

ଏରାବାଡ଼ି ଡଲଫିନ୍‌ (ଇରାବତୀ ଡଲଫିନ୍‌ ବା ଶିଶୁମାର) ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଓ ମାନ ପାଇଥିବା ନୀଳାମ୍ବୁ ଚିଲିକା ବେଶ ବିଦିତି । ସାତପଡ଼ା ଡଲଫିନ୍‌ ଗଡ଼ ଭାବରେ ସୁବିଦିତ ।
ସୌନ୍ଦର୍ଯ୍ୟମୟ ଚିଲିକା
ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି ନଳବଣ, କାଳିଜାଈ, ସୋମୋଲୋ, ବିକନ୍‌ , ଦୁମକୁଡ଼ି, ପାରିକୁଦ, ମାଲୁଦ, ବରୁଣକୁଦ ଓ ପକ୍ଷୀ ଦ୍ୱୀପ । ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁୟାରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦ ଗଡ଼ ଜେଟ୍ଟି ନିକଟରେ ପର୍ଯ୍ୟଟଙ୍କ ଭିଡ଼ ହିଁ ଚିଲିକାର ଗୁରୁତ୍ୱ ଓ ଗାରିମାର ସୂଚନା ଦିଏ ।

ପର୍ଯ୍ୟଟକଙ୍କ ରହଣି ବା ଆତିଥ୍ୟ କ୍ଷେତ୍ରରେ ଏହାର ଉପସ୍ଥିତି ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର କହିଲେ ଭୁଲ୍‌ ହେବ ନାହିଁ । ମୁଖ୍ୟତଃ ସେ୍ୱାସ୍ଥି କମ୍ପାନୀର ଉଚ୍ଚ ବିଳାସପୂର୍ଣ୍ଣ ରିସର୍ଟକୁ ବହୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି ।
ସୌନ୍ଦର୍ଯ୍ୟମୟ ଚିଲିକା
ଏହି ରିସର୍ଟ ନଅ ଏକର ଜମିରେ ବ୍ୟାପି ବରକୁଲ ଏବଂ ରାମ୍ବା ମଧ୍ୟରେ ରହିଛି । ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ଦୁଇ ଘଣ୍ଟା ଦୂରତାରେ ଏହି ବିଳାସମୟ ରିସର୍ଟ ଅବସ୍ଥିତ । ଏହି ରିସର୍ଟ ଛଡ଼ା ଚିଲିକାରେ ଇକୋ-କଟେଜ ଚିଲିକା ଆଇଲାଣ୍ଡ ରିସର୍ଟ, ଡାଭେନ ଚିଲିକା ରିସର୍ଟ, ରମ୍ଭା ନିକଟସ୍ଥ ଓଟିଡିସି ପାନ୍ଥନିବାସ, ଓଟିଡିସି ଯାତ୍ରୀ ନିବାସ ହୋଟେଲ, ମଙ୍ଗଲଯୋଡ଼ି ବାର୍ଟ ଭୁ୍ୟ ରିସର୍ଟ, ଜିଓ- ଇକୋ ରିସର୍ଟ ରହିଛି ।

ଏଠାକାର ସାମୁଦ୍ରିକ ଖାଦ୍ୟରେ ତିଆରି ବିଭିନ୍ନ ବ୍ୟଞ୍ଜନ ଲୋକପ୍ରିୟ ।
ସୌନ୍ଦର୍ଯ୍ୟମୟ ଚିଲିକା
ତେବେ ଯଦି ପର୍ଯ୍ୟଟକ ଦେଶୀ ବା ସ୍ଥାନୀୟ ଲୋକଙ୍କ ହାତରେ ତିଆରି ବ୍ୟଞ୍ଜନ ଖାଇବାକୁ ଚାହାନ୍ତି ତେବେ ସେମାନେ ଜାତୀୟ ରାଜପଥଠାରୁ ଦୂରରେ ଏବଂ ବାରକୁଲ ଚିଲିକା ହ ୍ରଦ ବୋଟିଂ ସେଣ୍ଟର୍‌ ବିପକ୍ଷରେ ଥିବା ଢ଼ାବାଗୁଡ଼ିକରେ ଖାଦ୍ୟ ଖାଇପାରିବେ ।
ସୌନ୍ଦର୍ଯ୍ୟମୟ ଚିଲିକା
ଏଠାରେ ଥିବା ପ୍ରାୟ ସବୁ ଢ଼ାବାରେ ସବୁବେଳେ ଭିଡ଼ ଜମିଥାଏ । ସୁସ୍ୱାଦ ଭୋଜନ ସହିତ ସର୍ବୋତ୍ତମ ମୂଲ୍ୟରେ ଏଠାରେ ବ୍ୟଞ୍ଜନ ମିଳିଥାଏ । ଯାହା ବିଳାସମୟ ରିସର୍ଟ ଅପେକ୍ଷା ପର୍ଯ୍ୟଟକ ଢ଼ାବାର ଦେଶୀ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ।

Govt

Comments are closed.