ମଥୁରା: ଡିସେମ୍ବର ୦୪: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଆଜି ବୃନ୍ଦାବନ ସ୍ଥିତ ଶ୍ରୀବାଙ୍କେ ବିହାରୀ ମନ୍ଦିର ଦର୍ଶନ କରିଛନ୍ତି । ତାଙ୍କର ଭଗବାନ ଦର୍ଶନ କାର୍ଯ୍ୟ ଗୋପନୀୟ ରହିଥିଲା । ସୁରକ୍ଷାକର୍ମୀଙ୍କ ମଧ୍ୟରେ ସେ ଦର୍ଶନ କରିଥିଲେ । ଏହି ସମୟରେ ଗଣମାଧ୍ୟମକୁ କହିଛନ୍ତି କି, ପ୍ରକୃତ ଦେଶଭକ୍ତ ଏବଂ ରାଷ୍ଟ୍ରବାଦୀ ଲୋକ ମୋର ମନ୍ତବ୍ୟକୁ ଖରାପ ଭାବନ୍ତି ନାହିଁ । ମୁଁ ନେତା ନୁହେଁ କି;ୁ ରାଷ୍ଟ୍ରବାଦୀ ଲୋକଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାର କରିବି ।
ସୂଚନା ଅନୁସାରେ, କଙ୍ଗନା ହଠାତ୍ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ । ସେଠାରେ ପୂଜା ପାଠ କରିବା ସହିତ ଭଗବାନଙ୍କୁ ଏକ ଓଢ଼ଣୀ ଅର୍ପଣ କରିଥିଲେ । ପରେ ସେ ପୂଜାରୀଙ୍କ ଠାରୁ ଆର୍ଶିବାଦ ନେବା ପରେ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥଲେ । ଏହି କ୍ରମରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ କଙ୍ଗନାଙ୍କୁ ନିର୍ବାଚନ ପ୍ରଚାର କରିବା ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ କଙ୍ଗନା କହିଥିଲେ ଯେ, ଯିଏ ରାଷ୍ଟ୍ରବାଦୀ ସେ ସେମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ।
ସୂଚନା ଥାଉଯେ, କଙ୍ଗନା ଗତକାଲି ପଞ୍ଜାବ ଯାଇଥିବା ବେଳେ କୃଷକମାନେ ତାଙ୍କୁ ଘେରିଯାଇ ତାଙ୍କ ପ୍ରବେଶକୁ ବିରୋଧ କରିଥିଲେ । ଏନେଇ କଙ୍ଗନା ସୋସିଆଲ ମିଡିଆରେ ଦୁଖ ବ୍ୟକ୍ତ କରିବା ସହ ସେ କୃଷକଙ୍କ ବିରୋଧୀ ନୁହଁନ୍ତି ବୋଲି କହିଥିଲେ ।
Comments are closed.